ସଙ୍କଟମୋଚନଙ୍କ ଆଶୀର୍ବାଦ ନେଇ କଳାକନା ବୁଲାଇଲା ଭକ୍ତ, CCTVରେ କଏଦ ହେଲା ଲୁଟ୍‌ର ଦୃଶ୍ୟ

Published By : Prameya-News7 Bureau | April 08, 2021 IST

କଟକ ୮।୪: ଚୋରର ଭକ୍ତି ଭାବ ଦେଖିଲେ ଆପଣ ବି ଚକିତ ହୋଇଯିବେ । ସଙ୍କଟ ମୋଚନଙ୍କୁ ପ୍ରଣାମ କରି, ସବୁ ସଙ୍କଟ ଦୂର କରିବାର ପ୍ରାର୍ଥନା କରି ସଙ୍କଟ ମୋଚନଙ୍କୁ ହିଁ ଲୁଟି ନେଇଛି ଚୋର । କଟକ ସହରରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା । ପ୍ରଥମେ ଭଗବାନଙ୍କୁ ହାତଯୋଡି ସ୍ମରଣ କରିବା ପରେ ସେହି ସଙ୍କଟ ମୋଚନଙ୍କର ସମସ୍ତ ସୁନା ଅଳଙ୍କାର ଲୁଟି ନେଇଛି ଜଣେ ଯୁବକ । ତାହା ପୁଣି ସ୍ପଷ୍ଟ ଦିବା ଲୋକରେ । ଯାହାର ଏକ୍ସକ୍ଲୁସିଭ୍ ଭିଜୁଆଲ ଲାଗିଛି ନ୍ୟୁଜ୍ ସେଭେନ୍ ହାତରେ…

wp:html /wp:html

ସୂଚନାଯୋଗ୍ୟ ଯେ, କଟକର ଏକ ହନୁମାନ ମନ୍ଦିରରେ ଜଣେ ଯୁବକ ପହଞ୍ଚି ପ୍ରଥମେ ମହାବୀରଙ୍କୁ ମୁଣ୍ଡିଆ ମାରିଥିଲେ । ପରେ ସେହି ମନ୍ଦିରର ଭଗବାନଙ୍କ ନିକଟରେ ଲାଗିଥିବା ସୁନା ଅଳଙ୍କାର ଲୁଟି ନେଇ ଯୁବକ ଜଣକ ଫେରାର ହୋଇଯାଉଛି । କଟକ ଗଣେଶଘାଟ ନିକଟରେ ଥିବା ହନୁମାନ ମନ୍ଦିରରୁ ଏଭଳି ଲୁଟ୍ କରି ଫେରାର ହୋଇଯାଉଛି ଲୁଟେରା । ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.