ବିଳମ୍ବିତ ରାତିରେ ଏନଏଚରେ ଚାଲିଛି ରାହାଜାନୀ, ପୋଲିସର ନିଷ୍କ୍ରିୟତା ନେଇ ଉଠିଲା ପ୍ରଶ୍ନ

Published By : Prameya-News7 Bureau | November 19, 2020 IST

ତେଲକୋଇ ୧୯।୧୧: ୪୯ ନମ୍ବର ଜାତୀୟ ରାଜପଥରେ ରାହାଜାନୀ ।କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ବିଞ୍ଜବାହାଳ ଗାଁ ନିକଟରେ କିଛି ଦୁର୍ବୃତ୍ତ ୪୯ ନମ୍ବର ଜାତୀୟ ରାଜପଥରେ ରାହାଜାନୀ କରି ଲୁଟପାଟ କରୁଥିବା ନେଇ ଜଣାପଡିଛି

ସୂଚନାଯୋଗ୍ୟ ଯେ, ଗତକାଲି ଗୋଟିଏ ୧୦ ଚକିଆ ଆଇରନ ଟ୍ରକ୍ ଓଆର୦୯ପି୨୦୦୧ ଝାରସୁଗୁଡାରେ ଆଇରନ ଖାଲି କରି ଫେରୁଥିବା ବେଳେ ବିଞ୍ଜବାହାଳ ଗାଁ ନିକଟରେ କିଛି ଦୁର୍ବୃତ୍ତ ଖଣ୍ଡା ଓ ଭୁଜାଲି ଭଳି ମାରଣାସ୍ତ୍ର ଧରି ଗାଡିଟିକୁ ଅଟକାଇ ଘେରି ଯାଇଥିଲେ । ଗାଡିର ଡ୍ରାଇଭର ଓ ହେଲପର ସେମାନଙ୍କ ଭୟରେ ଗାଡିର କାଚକୁ ବନ୍ଦ କରି ଦେଇଥିଲେ । ଏହି ସମୟରେ ଗାଡିର ହେଲପର କୌଶଳ କରି କିଛି ଭିଜୁଆଲ ଉଠାଇ ନେଇଥିଲେ । ସେହି ସମୟରେ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ଦୁଇ ଜଣ ଟ୍ରକର କ୍ୟାବିନ ଉପରକୁ ମଧ୍ୟ ଚଢିଯାଇ ଡୋରର କାଚ ଭାଙ୍ଗିବାକୁ ଚେଷ୍ଟା କରିଥିଲେ । ଗାଡି ଷ୍ଟାଫ୍ଙ୍କୁ ଅଶ୍ଳୀଳ ଗାଳି ଗୁଲଜ କରିବା ସହିତ ଗାଡିର ଡୋର ଖୋଲିବାକୁ ଧମକ ଦେଇଥିଲେ । ଏହି ସମୟରେ ବିପରୀତ ଦିଗରୁ ଅନ୍ୟ ଏକ ଟ୍ରକ ଦ୍ରୁତଗତିରେ ମାଡି ଆସୁଥିବା ଦେଖି ଦୁର୍ବୃତ୍ତମାନେ ଗାଡି ପାଖରୁ ସାଇଡ ହୋଇଯିବା ଫଳରେ ଅଟକଥିବା ୧୦ ଚକିଆ ଟ୍ରକଟିକୁ ନେଇ ଡ୍ରାଇଭର ଜୀବନ ବିକଳରେ ପଳାଇଯାଇଥିଲେ । ଏହାଦେଖି ଗାଡି କ୍ୟାବିନ ଉପରେ ଥିବା ଦୁଇ ଦୁର୍ବୃତ୍ତ ଗାଡିରୁ ତଳକୁ ଡେଇଁ ପଡଥିଲେ । ପୋଲିସର ନିଷ୍କ୍ରିୟତା ଯୋଗୁଁ ଏଭଳି ଘଟଣା ବାରମ୍ବାର ଜାତୀୟ ରାଜପଥରେ ଘଟୁଥିବା ଦେଖିବାକୁ ମିଳୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.