ବନ୍ଧୁକ ଦେଖାଇ ଲୁଟ୍, ୧୦ଲକ୍ଷରୁ ଅଧିକ ଟଙ୍କା ଓ ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ

Published By : Prameya-News7 Bureau | January 14, 2020 IST

କଳାହାଣ୍ଡି ୧୪।୧: ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତି ଅଭିଯୋଗ । କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଭଁଇରିପାଲି ଗାଁରେ ଛଅ ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ବ୍ୟବସାୟୀ ସୌରଭ ଜୈନଙ୍କ ଘରୁ ଡକାୟତି ଅଭିଯୋଗ ହୋଇଛି । ପ୍ରାୟ ୧୦ଲକ୍ଷରୁ ଅଧିକ ଟଙ୍କା ଓ ସୁନାଗହଣା ଲୁଟ୍ ଅଭିଯୋଗ ହୋଇଛି । ଜୟପାଟଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

{"id":210952,"sizeSlug":"large"}

ଗତ ୯ ତାରିଖ ଜୁନାଗଡ ଥାନା ବୋରଗୁଡାଠାରେ କପା ବ୍ୟବସାୟୀଙ୍କୁ ଗୁଳି କରି ଦୁର୍ବୃତ୍ତ ୬ ଲକ୍ଷ ଟଙ୍କା ଲୁଟ୍ କରିଥିଲେ । ଗତକାଲି ଏସବିଆଇ ଏଟିଏମ୍ ଲୁଟ୍ ହୋଇଥିବା ବେଳେ କଳାହାଣ୍ଡି ପୋଲିସ ପାଇଁ ଦୁର୍ବୃତ୍ତ ପୁଣି ଚ୍ୟାଲେଞ୍ଜ ସୃଷ୍ଟି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.