Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ପୋଲିସ ପରିଚୟ ଦେଇ ବ୍ରହ୍ମପୁରରେ ମହିଳାଙ୍କ ୬ ତୋଳାର ହାର ଲୁଟିନେଲେ ଦୁର୍ବୃତ୍ତ

1/08/2019 at 2:08 PM

ବ୍ରହ୍ମପୁର ୧|୮; ବ୍ରହ୍ମପୁର ଦଳୁଆ ସାହିରେ ଦିନ ଦିପହରେ ପୋଲିସ ପରିଚୟ ଦେଇ ମହିଳାଙ୍କଠାରୁ ସୁନା ଅଳଙ୍କାର ଲୁଟ୍ କରିଛନ୍ତି ଦୁର୍ବୃତ୍ତ ।ଭି.ଭି ସାରଦା ନାମକ ମହିଳାଙ୍କଠାରୁ ୬ ତୋଳା ସୁନା ଅଳଙ୍କାର ଲୁଟି ହୋଇଥିବା ଜଣାପଡିଛି ।ସଂପୃକ୍ତ ମହିଳା ମନ୍ଦିରରୁ ଠାକୁର ଦର୍ଶନ କରି ଫେରୁଥିବା ବେଳେ ପୋଲିସ ପରିଚୟ ଦେଇ ତାଙ୍କ ସୁନା ଚେନ ଲୁଟି ନେଇଥିଲେ ଦୁର୍ବୃତ୍ତ ।

ଚେକିଂ ବାହାନାରେ ବେକରୁ ହାର କାଢିବାକୁ ଦୁର୍ବତ୍ତମାନେ ମହିଳାଙ୍କୁ କହଥିଲେ । ତେବେ ସାରଦା ବେକରୁ ହାର ବାହାର କରିବାକୁ ମନା କରିବାରୁ ଦୁର୍ବତ୍ତମାନେ ତାଙ୍କୁ ଯିବାକୁ ଦେଇନଥିଲେ । ଫଳରେ ବାଧ୍ୟ ହୋଇ ସାରଦା ବେକରୁ ଚେନ ବାହାର କରି ନିଜ ଭେନିଟି ବେଗରେ ରଖୁଥିଲେ । ହେଲେ ଦୁର୍ବୃତ୍ତ ତାହା କରିବାକୁ ବାରଣ କରି ସେମାନେ ଧରିଥିବା କାଗଜରେ ଚେନ ରଖି ପୁଡିଆ କରି ମହିଳାଙ୍କୁ ଦେଇଥିଲେ ।

ମହିଳା ଏହି ପୁଡିଆଟିକୁ ବ୍ୟାଗରେ ରଖି ଘରକୁ ଆସି ଦେଖିଥିଲେ ପୁଡିଆରେ ଚେନ ବଦଳରେ କିଛି ଗୋଡି ରଖାଯାଇଥିଲା । ତାଙ୍କ ସହ ବଡ ଧରଣର ଧୋକା ହୋଇଛି ବୋଲି ଜାଣିବାପରେ ମହିଳା ଲୁଟି ହୋଇଥିବା ଯାଗାରେ ପହଂଚିଥିଲେ । ହେଲେ ସେତେବେଳକୁ ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ ।

କିଛି ଦିନ ତଳେ ଭବାନୀ ପାଟଣାରେ ମଧ୍ୟ ସମାନ ଢଂଗରେ ମନ୍ଦିରରୁ ଫେରୁଥିବା ଜଣେ ମହିଳାଙ୍କ ଚେନ ଲୁଟି ହୋଇଥିଲା । ଦୁର୍ବୃତ୍ତମାନେ ଗୋଟେିଏ ବାଇକରେ ଥିଲେ ବୋଲି ମହିଳା କହିଛନ୍ତି । ଏଥିପୂର୍ବରୁ ବ୍ରହ୍ମପୁର ସେଲଟାକ୍ସ ଛକରେ ମଧ୍ୟ ଜଣେ ବରିଷ୍ଠ ନାଗରିକ ଦମ୍ପତ୍ତି ଏଭଳି ଲୁଟର ଶିକାର ହୋଇଥିଲେ ।

 

   Related Posts