Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ଟ୍ରେନରେ ଯିବା ବେଳେ ଲୁଟର ଶିକାର ହେଲେ ଯୁବ ଇଞ୍ଜିନିୟର : ଜଙ୍ଗଲରୁ ହେଲେ ଉଦ୍ଧାର, ଜାଣନ୍ତୁ ପୂରା ଖବର

10/08/2019 at 6:13 PM

କୋରାପୁଟ  ୧୦/୮: ଟ୍ରେନରେ ଯିବା ବେଳେ ଜଣେ ଯୁବ ଇଞ୍ଜିନିୟର ହେଲେ ଲୁଟର ଶିକାର । ଯୁବକ ଜଣଙ୍କ ପାଗଳ ପ୍ରାୟ ହୋଇ ଜଙ୍ଗଲରେ ବୁଲୁଥିବା ବେଳେ ତାଙ୍କୁ ଆମ ପ୍ରତିନିଧି ହସ୍ପିଟାଲରେ ଚିକିତ୍ସା କରାଇବା ସହ ତାଙ୍କୁ ସ୍ବାଭାବିକ ଅବସ୍ଥାକୁ ଆଣିବାକୁ ସକ୍ଷମ ହୋଇଛନ୍ତି । ଯୁବକ ଜଣଙ୍କ ଏବେ ଧିରେଧିରେ ସୁସ୍ଥ ହୋଇ ତାଙ୍କ ଘର ଓ ଠିକଣା କହିବା ପରେ ଘର ଲୋକଙ୍କ ସହିତ ଯୋଗାଯୋଗ କରାଯାଇ ଫେରାଇନେବାକୁ ଉଦ୍ୟମ ହେଉଛି ।

ଟ୍ରେନ୍‌ରେ ବାହାରିଥିଲେ ଗୋଆରୁ ଝାଡଖଣ୍ଡ । ହେଲେ ପାଗଳ ଅବସ୍ଥାରେ ମିଳିଲେ କୋରାପୁଟ ଜଙ୍ଗଲରେ । ଜଣେ ଯୁବ ଇଂଜିନିଅରଙ୍କୁ କୋରାପୁଟ ଲକ୍ଷ୍ମୀପୁର ଜଙ୍ଗଲ ରାସ୍ତାରେ ଏଣେତେଣେ ବୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି । ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠି ସେ ଧିରେଧିରେ ସ୍ବାଭାବିକ ଅବସ୍ଥାକୁ ଫେରିଥିଲେ । ତେବେ ଯୁବକ ଜଣଙ୍କ ଲକ୍ଷ୍ମୀପୁର ଜଙ୍ଗଲକୁ ଆସିଲେ କେମେତି ? ଯୁବକ ଜଣଙ୍କ ହେଉଛନ୍ତି ଗୋଆର କୋକୋକୋଲା କମ୍ପାନିରେ କାର୍ଯ୍ୟ କରୁଥିବା  ସଞ୍ଜୟ ବାରାଇ । ଗତ ୨ତାରିଖରେ ସେ ନିଜଘର ଝାଡଖଣ୍ଡ ବୋକାରକୁ ଯିବା ପାଇଁ ଗୋଆରୁ ହାଓ୍ଵଡା ଆସୁଥିବା ଟ୍ରେନରେ ଚଢିଥିଲେ । ହେଲେ କିଛି ଦୁର୍ବୁତ ତାଙ୍କୁ ନିଶାଦେଇ ତାଙ୍କ ଠାରୁ ୨୦ହଜାର ଟଙ୍କା ସହ ପାଖରେ ଥିବା ସମସ୍ତ ଜିନିଷ ଲୁଟିନେଇଥିଲେ । ଆଉ ଯୁବକ ଜଣଙ୍କ ଝାଡଖଣ୍ଡ ଯିବା ବଦଳରେ ଲକ୍ଷ୍ମୀପୁରର ଘଞ୍ଚ ଜଙ୍ଗଲରେ ପହଞ୍ଚିଯାଇଥିଲେ । ସଂପୂର୍ଣ୍ଣ ଉଲଗ୍ନ ହୋଇ ପାଗଳ ଅବସ୍ଥାରେ ବୁଲୁଥିବା ଦେଖିଥିଲେ ସ୍ଥାନୀୟ ଜଣେ ଶିକ୍ଷକ। ପରେ ସେ ଆମ ପ୍ରତିନିଧିଙ୍କୁ ଜଣାଇବା ପରେ ଆଣ ପ୍ରତିନିଧି ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତିକରିଥିଲେ ।

ଚିକିତ୍ସିତ ହୋଇ ସ୍ବାଭାବିକ ଅବସ୍ଥାକୁ ଆସିବା ପରେ ଏ ହେଉଛି ସଂଜୟଙ୍କ ଭିଜୁଆଲ୍‌ । ଝାଡଖଣ୍ଡର ସଂଜୟ କିପରି ଲକ୍ଷ୍ମୀପୁରରେ ପହଞ୍ଚିଲେ ଆମ ପ୍ରତିନିଧିଙ୍କୁ ଜଣାଇଥିଲେ । ପରେ ତାଙ୍କ ଘର ଠିକଣା ଓ ଫୋନ୍‌ ନମ୍ବର ଅଣାଯାଇ ଘର ଲୋକଙ୍କ ସହ ଯୋଗାଯୋଗ କରାଯାଇଥିଲା । ଏବେ ଘର ଲୋକଙ୍କ ସହ ଫେରିଛନ୍ତି ସଂଜୟ । ଆମ ପ୍ରତିନିଦିଙ୍କ ପାଇଁ ନୂଆ ଜୀବନ ପାଇଥିଲେ ସଂଜୟ । ସଂଜୟଙ୍କ ପରିବାର ଓ ସ୍ଥାନୀୟ ଲୋକେ ଆମ ପ୍ରତିନିଧିଙ୍କ କାମକୁ ବେଶ ପ୍ରଶଂସା କରିଛନ୍ତି ।

ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଟ୍ରେନ୍ ଯାତ୍ରୀଙ୍କ ସୁରକ୍ଷା ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

   Related Posts