ମହିଳାଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍ ଝାମ୍ପି ନେଲେ ଦୁର୍ବୃତ୍ତ, ସିସିଟିଭି ଫୁଟେଜ ଆଧାରରେ ତଦନ୍ତ

Published By : Prameya-News7 Bureau | November 19, 2020 IST

ଜୟପୁର ୧୯।୧୧: ଦିନ ଦ୍ବିପ୍ରହରରେ ମହିଳାଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍ ଝାମ୍ପି ନେଲେ ଦୁର୍ବୃତ୍ତ । ତାହା ବି ପୋଲିସ ଷ୍ଟେସନଠାରୁ ମାତ୍ର ୧୦୦ ମିଟର ଦୂରରେ । ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମାରେ ।

ଅଭିଯୋଗ ଅନୁସାରେ ଶସାହାଣ୍ଡି ନୂଆଗାଁର ମଂଜୁ ପାଣିଗ୍ରାହୀ ଷ୍ଟେଟ୍ ବ୍ୟାଙ୍କରୁ ୪୦ ହଜାର ଟଙ୍କା ଉଠାଇ ଫେରୁଥିଲେ । ଏହି ସମୟରେ ଗୋଟିଏ ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଆସି ପଛପଟୁ ତାଙ୍କ ବ୍ୟାଗ୍ ଝାମ୍ପି ନେଇଥିଲେ । ଏହି ପୁରା ଘଟଣାର ଭିଡିଓ ସିସିଟିଭିରେ କଏଦ ହୋଇଛି । ସିସିଟିଭି ଭିଡିଓ ଆଧାରରେ ପୋଲିସ ତଦନ୍ତ କରୁଥିବା କହିଛନ୍ତି ବୋରିଗୁମ୍ମା ଥାନା ଅଧିକାରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.