ସାଇକେଲ୍ ରଖି କଥା ହେଉଥିଲେ, ମୋବାଇଲ୍‌ ଝାମ୍ପିନେଲା ଦୁର୍ବୃତ୍ତ

Published By : Prameya-News7 Bureau | April 22, 2021 IST

ଖୋର୍ଦ୍ଧା ୨୨।୪: ଜଟଣୀ ମ୍ୟୁନିସିପାଲିଟି ଛକ ନିକଟରେ ସାଇକେଲରେ ଯାଉଥିବା ବେଳେ ମୋବାଇଲ ଲୁଟି ନେଲେ ଦୁର୍ବୃତ୍ତ । ଲୁଟର ଶିକାର ହୋଇଛନ୍ତି ଅଭୟ ମହାନ୍ତି ନାମକ ଜଣେ ଯୁବକ । ସେ ସାଇକେଲ ଧରି ରାସ୍ତା କଡରେ ଛିଡା ହୋଇ ମୋବାଇଲରେ କଥା ହେଉଥିବା ସମୟରେ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କଠାରୁ ମୋବାଇଲ ଫୋନକୁ ଛଡାଇ ନେଇଥିଲେ । ଏହି ସମୟରେ ମୋବାଇଲକୁ ଉଦ୍ଧାର କରିବାକୁ ଯାଇ ଯୁବକ ଜଣଙ୍କ ବାଇକ୍ ପଛକୁ ଧରିଥିଲେ ମଧ୍ୟ ଦୁର୍ବୃତ୍ତମାନେ ସମ୍ପୃକ୍ତ ଯୁବକଙ୍କୁ ପ୍ରାୟ ୧୫୦ ମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିଲେ । ଏହି ଦୃଶ୍ୟ ଜଟଣୀର ମୁଖ୍ୟ ରାସ୍ତାରେ ଘଟିଥିଲେ ମଧ୍ୟ ଲୋକମାନେ କେବଳ ଦେଖେଣାହାରି ସାଜିଥିଲେ । ଏନେଇ ଜଟଣୀ ଥାନାରେ ଅଭିଯୋଗ ହେଲା ପରେ ପୋଲିସ ଘଟଣାର ଖୋଳତାଡ କରି ଦୁଇ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.