ମଦ ଦୋକାନ କର୍ମଚାରୀଙ୍କଠୁ ଲୁଟ : ବାଇକରେ ଆସି ବନ୍ଧୁକ ଦେଖାଇ ଦୁର୍ବୃତ୍ତମାନେ ଲୁଟି ନେଲେ ଲକ୍ଷାଧିକ ଟଙ୍କା
9/03/2020 at 10:34 AM

କଟକ ୯/୩: ମଦ ଦୋକାନ କର୍ମଚାରୀ ଲୁଟର ଶିକାର ହୋଇଛନ୍ତି। ଘଟଣାଟି ଘଟିଛି ଆଠଗଡ଼- ନରସିଂହପୁର-କାନପୁର ଥାନା ଋଷିପଡ଼ା ଛକ ଠାରେ।
ବାଇକରେ ଆସି ବନ୍ଧୁକ ଦେଖାଇ ଦୁର୍ବୃତ୍ତମାନେ ୪ ଲକ୍ଷ ୬୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ମଦ ଦୋକାନ ବନ୍ଦ କରି କର୍ମଚାରୀ ଘରକୁ ଫେରୁଥିବା ସମୟରେ ଦୁଇ ଜଣ ବାଇକରେ ଆସି ଏହି ଲୁଟ୍ କରିଥିବା କାନପୁର ଥାନାରେ ଅଭିଯୋଗ ହୋଇଛି। କାନପୁର ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ତଦନ୍ତ ଜାରି ରଖିଛି।
Related Posts
ତେନ୍ତୁଳି ଗଛରେ ବସିଛି ଭାଲୁ, ଗାଁରେ ପଡିଗଲାଣି ଭାଳେଣି
22 January 2021
ଅନୁଗୋଳ: ଟ୍ରେନ୍ ଲାଇନ୍ରେ ଧାରଣାରେ ବସିଲେ ବସ ମାଲିକ ସଂଘ
22 January 2021