ଗହଣା ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ

Published By : Prameya-News7 Bureau | October 10, 2019 IST

ସୋର ୧୦।୧୦: ବାଲେଶ୍ଵର ଜିଲ୍ଲା ସୋର ଥାନା ସୋର ନୂଆ ସିନେମା ହଲ୍ ନିକଟ ମା’ ମଙ୍ଗଳା ଗହଣା ଦୋକାନୀ ପ୍ରଶାନ୍ତ କୁମାର ନାୟକ ଓ ସମ୍ପର୍କୀୟ ଭାଈ ସୁଶାନ୍ତ ବାରିକଙ୍କଠାରୁ ଲୁଟ୍ ହୋଇଛି । ବନ୍ଧୁକ ଦେଖାଇବା ସହ ମାଡ ମାରି ୭୫ ହଜାର ଟଙ୍କାର ସୁନା ହାର, ନଗଦ ୨୫ ହଜାର ଓ ମୋବାଇଲ ଲୁଟ୍ ହୋଇଛି । ଦୁଇଟି ମଟର ସାଇକଲରେ ୫ଜଣ ଲୁଟେରା ଦୋକାନୀଙ୍କୁ ପିଛା କରି ମ୍ୟୁନିସିପାଲଟି ଦୟାବନ୍ଧଠାରୁ ଲୁଟ୍ କରିଛନ୍ତି । ଗତକାଲି ବିଳମ୍ବିତ ରାତିରେ ଲୁଟ୍ ହୋଇଛି । ପ୍ରଶାନ୍ତ ଓ ସୁଶାନ୍ତ ଗହଣା ଦୋକାନ ବନ୍ଦ କରି ଘରକୁ ଫେରିଲା ବେଳେ ଲୁଟ୍ ହୋଇଛି । ସୋର ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.