ଘରେ କେହି ନଥିବା ବେଳେ ଭାଙ୍ଗିଲେ ତାଲା, ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା-ରୂପା ଅଳଙ୍କାର ସହ ଲକ୍ଷାଧିକ ଟଙ୍କା

Published By : Prameya-News7 Bureau | April 13, 2021 IST

ସୋର ୧୩।୪: ତାଲା ଭାଙ୍ଗି ଘରୁ ଚୋରି । ବାଲେଶ୍ଵର ଜିଲ୍ଲା ଖନ୍ତପଡା ଥାନା ସଠି ଗାଁରେ ମନ୍ଦାକିନୀ ପୁହାଣଙ୍କ ଘରୁ ତାଲା ଭାଙ୍ଗି ପାଖାପାଖି ଲକ୍ଷାଧିକ ଟଙ୍କାର ସୁନା-ରୂପା ଗହଣା ଚୋରି ହୋଇଯାଇଛି ।

ସୂଚନାଯୋଗ୍ୟ ଯେ, ମନ୍ଦାକିନୀ ପୁହାଣ ଓ ପରିବାର ଗାଁରେ ମହାଦେବ ମନ୍ଦିରଠାରେ ହୋଇଥିବା ଯାତ୍ରା ଦେଖିବାକୁ ଯାଇଥିଲେ । ସେହି ସମୟରେ ତାଙ୍କ ଘରେ ତାଲା ଭାଙ୍ଗି ଚୋରମାନେ ପଶିଥିଲେ । ଘରୁ ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଅଳଙ୍କାର ସହ ଲକ୍ଷାଧିକ ଟଙ୍କା ଚୋରି କରି ଫେରାର ହୋଇଯାଇଛନ୍ତି । ଏନେଇ ଥାନାରେ ମାମଲା ରୁଜୁ ହୋଇଛି । ମାମଲା ରୁଜୁ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.