Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବଡ ଧରଣର ଲୁଟ୍, ପରିବାରଲୋକ ଶୋଇଥିବାବେଳେ ବାହାର ପଟୁ ଘର ବନ୍ଦ କରି ଲୁଟିଲେ ଦୁର୍ବୃତ୍ତ

13/09/2019 at 12:57 PM

ଉଦଳା ୧୩।୯: ମୟୁରଭଞ୍ଜ ଉଦଳା ଖମଣସାହିରେ ବଡ ଧରଣର ଲୁଟ୍ । ପ୍ରଫୁଲ୍ଲ ଚନ୍ଦ୍ର ବାଗଙ୍କ ଘରୁ ୮ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ବିଳମ୍ବିତ ରାତିରେ କିଛି ଲୁଟେରା ଗୁହାଳ ଦେଇ ଘର ଭିତରକୁ ପଶିଥିଲେ । ଘରେ ଶୋଇଥିବା ପରିବାର ଲୋକଙ୍କ ରୁମ୍ ର କବାଟ ବାହାର ପାଖରୁ ବନ୍ଦ କରିବା ସହିତ ବାକ୍ସ ଏବଂ ଆଲମାରୀ ଭାଙ୍ଗି ନଗଦ ଟଙ୍କା ଏବଂ ସୁନା ଲୁଟିନେଲେ ।

ରାତି ପ୍ରାୟ ଗୋଟାଏ ସମୟରେ ପରିବାର ଲୋକେ ବାହାରକୁ ଉଠିବାକୁ ଚେଷ୍ଟା କରିବା ବେଳେ କବାଟ ବାହାର ପାଖରୁ ବନ୍ଦ ଥିବା ଜାଣିବାକୁ ପାଇଥିଲେ । ଏହା ପରେ ପରିବାରର ଅନ୍ୟ ସଦସ୍ୟମାନେ ଆସି କବାଟ ଖୋଲିଥିଲେ। ଖବର ପାଇ ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

   Related Posts