ବାବା ବେଶରେ ଆସି ହାତରୁ ବିଭୂତି ବାହାର କରି ଚକ୍‌ମା ଦେଖାଇଲେ, ଅଚେତ୍ କରାଇ ଲୁଟିନେଲେ ସୁନାମୁଦି ସହ ୩୪ହଜାର ଟଙ୍କା

Published By : Prameya-News7 Bureau | August 06, 2019 IST

ଭୁବନେଶ୍ବର ୬|୮: ବାବା ବେଶରେ ଆସି ହାତରୁ ବିଭୂତି ବାହାର କରିବାର ଚକ୍‌ମା ଦେଖାଇଲେ । ଆଉ କରାଇ ଲୁଟିନେଲେ ସୁନାମୁଦି ସହ ୩୪ହଜାର ଟଙ୍କା । ଭୁବନେଶ୍ବର ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ ଅଂଚଳରେ ଏଭଳି ଘଟଣା ଏବେ ଚର୍ଚ୍ଚାକୁ ଖୋରାକ୍‌ ଯୋଗାଇଛି ।

{"id":141352}

ମାଉଜର ମୁନରେ ନୁହେଁ, କି କୌଣସି ମାରଣାସ୍ତ୍ର ଦେଖାଇ ନୁହେଁ । ବାବା ବେଶରେ ଆସି ହାତରୁ ବିଭୂତି ବାହାର କରିବାର ଚକ୍‌ମା ଦେଖାଇଲେ । ଆଉ ଅଚେତ କରାଇ ଲୁଟିନେଲେ ସୁନାମୁଦି ସହ ୩୪ହଜାର ଟଙ୍କା । ଭୁବନେଶ୍ବର ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ ଅଂଚଳରେ ଏଭଳି ଏକ ଲୁଟ୍‌ର ଶିକାର ହୋଇଛନ୍ତି ଜଣେ ନୋଟାରୀ ।

{"id":141353}

ଦେଖନ୍ତୁ ଏହି ସିସିଟିଭି ଫୁଟେଜକୁ । ସାଧୁ ବେଶରେ ୨ଜଣ ନୋଟାରୀଙ୍କ ଅଫିସକୁ ପଶୁଛନ୍ତି । ଆଉ କିଛି ସମୟ ପରେ ସେଠାରୁ ବାହାରି ଯାଉଛନ୍ତି । ଆଉ ଚେତା ଫେରିବା ବେଳକୁ ଡ୍ର ଖୋଲା । ନଗଦ ଟଙ୍କା ଆଉ ହାତରେ ଥିବା ସୁନାମୁଦି ଗାଏବ୍‌ । କ’ଣ ଥିଲା ପୂରା ଘଟଣା ଟିକେ ଶୁଣନ୍ତୁ ।

{"id":141354}

ଭଣ୍ଡବାବାଙ୍କ ହାବୁଡ଼ରେ ପଡ଼ି ଲୁଟର ଶିକାର ହୋଇଥିଲେ ଏହି ନୋଟାରୀ ଜଣକ । ହେଲେ ନିଜର ଉପସ୍ଥିତ ବୁଦ୍ଧି ଯୋଗୁଁ ଏମାନଙ୍କ ପଂଝାରୁ ଖସିଯାଇଥିଲେ ସେଇ ଅଂଚଳର ଆଉ ଜଣେ ମହିଳା । ମହିଳାଙ୍କ ସହ ଦେଖା ହେବାପରେ ତାଙ୍କ ବିଷୟରେ ଏଣୁତେଣୁ ଗପି ପ୍ରଥମେ ବିଶ୍ବାସ ଜନ୍ମାଇବାକୁ ଚେଷ୍ଟା କରିଥିଲେ ଏହି ବାବା ଦୁଇ ଜଣ । ହେଲେ ଶେଷ ମୁହୂର୍ତ୍ତରେ ମହିଳା ଜଣକୁ ଚାଲାକି କରି ଘରେ ନପୁରାଇବାରୁ ସେଠାରୁ ପଳାଇଥିଲେ ଏହି ସାଧୁ ବେଶରେ ଆସିଥିବା ଲୁଟେରା ।

{"id":141355}

ରାଜଧାନୀରେ ଏବେ ଲୁଟେରାଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଥିବା ବେଳେ ଆକ୍ସନକୁ ଆସିଛି ପୋଲିସ । ଆଉ ଗୋଡ଼ାଇ ଗୋଡ଼ାଇ ଗୋଟାକ ପରେ ଗୋଟେ ଲୁଟେରା ଗ୍ୟାଙ୍ଗକୁ ଏନକାଉଣ୍ଟର କରୁଛି । ତଥାପି ରାଜଧାନୀବାସୀଙ୍କୁ ସାବଧାନ ରହିବାକୁ ପଡ଼ିବ । କୌଣସି ଅଚିହ୍ନା ଲୋକଙ୍କୁ ଘରେ ପୁରାନ୍ତୁ ନାହିଁ । କୌଣସି ବ୍ୟକ୍ତି ସଂଦେହ ଘେରକୁ ଆସିଲେ ତୁରନ୍ତ ପୋଲିସକୁ ଫୋନ୍‌ କରନ୍ତୁ । ସତର୍କତା ଓ ସଚେତନତା ହିଁ ଯେ କୌଣସି ଦୁର୍ଘଟଣାରୁ ଆପଣଙ୍କୁ ରକ୍ଷା କରିପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.