ବାଇକ୍ ଡିକି ଭାଙ୍ଗି ଲୁଟ୍, ନଗଦ ଟଙ୍କା ସହ ସୁନାଗହଣା ନେଇ ପଳାଇଲେ ଦୁର୍ବୃତ୍ତ

Published By : Prameya-News7 Bureau | August 21, 2020 IST

ଭଦ୍ରକ ୨୧।୮: ଗାଡି ତିଆରି କରିବା ବାହାନାରେ ଆସିଲେ । ସୁଯୋଗ ଦେଖି ଜଣେ ବାଇକର ଡିକି ଭାଙ୍ଗିଲା ଆଉ ଅନ୍ୟ ଜଣେ ଚୋରାକୁ ସାଙ୍ଗରେ ନେଇଗଲା । ଏମିତି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନାର ମାଳଦା ବଜାରରେ ।

ଥାନାରେ ଲିଖିତ ଅଭିଯୋଗ ଅନୁଯାୟୀ ମାଳଦା ବଜାରରେ ନସଲାପୁର ଗାଁର ଶ୍ରୀଧର ସାହୁଙ୍କର ଏକ ଅଳଙ୍କାର ଦୋକାନ ଅଛି । ଶ୍ରୀଧର ଦୋକାନ ବନ୍ଦ କରିବା ସମୟରେ ନିଜ ଦୋକାନର ନଗଦ ଟଙ୍କା ସହ ସୁନା ଗହଣା ଏକ ବ୍ୟାଗରେ ନେଇ ଗାଡିର ଡିକିରେ ରଖିଥିଲେ । ତେବେ ଦୁଇ ଜଣ ଅଜଣା ଯୁବକ ଲୁଟରେ ସାମିଲ ଥିବା ସିସିଟିଭିରେ ଦେଖିବା ପାଇଁ ମିଳିଛି ।

ଲୁଟରେ ସମ୍ପୃକ୍ତ ଦୁଇ ଜଣ ଯୁବକ ଏକ ଲାଲ ରଙ୍ଗର ଆପାଚିରେ ଆସି ଜଣେ ଦୋକାନ ପୂର୍ବରୁ ଠିଆ ହୋଇଥିବା ବେଳେ ଅନ୍ୟ ଜଣଙ୍କ ଦୋକାନ ନିକଟରେ ଗାଡି ରଖିଛନ୍ତି ଆଉ ଗାଡିର ମରାମତି ବାହାନାରେ ଗ୍ୟାରେଜରେ ଦେଖାଇଛନ୍ତି । କିଛି ସମୟ ପରେ ଅନ୍ୟ ଯୁବକ ଜଣଙ୍କ ବାଇକ୍ ଡିକି ଭାଙ୍ଗି ବ୍ୟାଗ୍ ଆଣିବା ପରେ ଗୋଟିଏ ବାଇକରେ ସାଙ୍ଗ ହୋଇ ପଳାଇଛନ୍ତି ।

ତେବେ ଭଣ୍ଡାରିପୋଖରୀ ପୋଲିସ ଘଟଣାର ତଦନ୍ତ କରୁଛି । ଲୁଟ୍ ହୋଇଥିବା ବ୍ୟାଗ୍ ଭିତରେ ନଗଦ ଟଙ୍କା ସହ ସୁନା ଓ ରୂପା ଅଳଙ୍କାର ରହିଥିଲା ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.