ଦକ୍ଷିଣେଶ୍ବର ମନ୍ଦିରରୁ ୩୩ଟି ମୂର୍ତ୍ତି ନେଇଗଲେ ଲୁଟେରା, ୨୨ଟି ଅଷ୍ଟଧାତୁ ମୂର୍ତ୍ତି ବି ଚୋରି

Published By : Prameya-News7 Bureau | December 22, 2020 IST

ଟାଙ୍ଗୀ ୨୨।୧୨: ଖୋର୍ଦ୍ଧା ଜିଲ୍ଲାର ବାଣପୁରରେ ଥିବା ପ୍ରସିଦ୍ଧ ଐତିହାସିକ ମନ୍ଦିର ଶ୍ରୀ ଶ୍ରୀ ଦକ୍ଷିଣେଶ୍ବର ମନ୍ଦିରରୁ ବଡ ଧରଣର ଲୁଟ୍ ହୋଇଛି । ୨୨ଟି ମୂର୍ତ୍ତି ସହ ପୂଜା ସାମଗ୍ରୀକୁ ଚୋରି କରି ନେଇଛି ଚୋର ।

{"id":381119,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ମନ୍ଦିରର ମୁଖ୍ୟ କବାଟ ସହ ଗର୍ଭଗୃହର ଅନ୍ୟ ଦୁଇ କବାଟ ତାଲା ଭଙ୍ଗା ଯାଇଥିବାର ଦେଖିବାକୁ ପାଇଥିଲେ ପୂଜକ । ୩୧ ଗୋଟି ମୂର୍ତ୍ତି ମଧ୍ୟରୁ ୨୨ ଗୋଟି ମୂର୍ତ୍ତି (ଅଷ୍ଟଧାତୁ ନିର୍ମିତ) ଚୋରି ହୋଇ ଯାଇଥିବା ପୂଜକ ଦେଖିଥିଲେ । ସେଥିମଧ୍ୟରୁ ମା’ କନକଦୁର୍ଗା, ଗୋପୀନାଥ ଦେବ, କଳିଯୁଗେଶ୍ବର ଦେବ ଏବଂ ଚନ୍ଦ୍ରଶେଖର ଦେବ ଆଦି ପ୍ରମୁଖଙ୍କ ମୂର୍ତ୍ତି ରହିଛି । ଏ ନେଇ ଦେବୋତ୍ତର କମିଟିକୁ ପୂଜକ ଜଣାଇବା ପରେ ଦେବୋତ୍ତର କମିଟି ବାଣପୁର ପୋଲିସକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମନ୍ଦିରର ସୁରକ୍ଷା ବ୍ୟବସ୍ଥା ନଥିବାରୁ ଚୋରି ହୋଇଛି ବୋଲି ଅଭିଯୋଗ କରିଛନ୍ତି ଲୋକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.