ପୁଣି ମାତିଲେ ଲୁଟେରା : ବନ୍ଧୁକ ମୁନରେ ଦମ୍ପତ୍ତିଙ୍କଠାରୁ ଲୁଟିନେଲେ ସୁନା ଅଳଙ୍କାର
26/06/2020 at 7:32 AM

ବାଲିପାଟଣା ୨୬।୬: ପୁଣି ମାତିଲେ ଲୁଟେରା । ଦମ୍ପତ୍ତିଙ୍କଠାରୁ ବନ୍ଧୁକ ମୁନରେ ସୁନା ଅଳଙ୍କାର ଲୁଟିନେଲେ । ଘଟଣା ଘଟିଛି ବାଲିଅନ୍ତା ଥାନା ଭିଙ୍ଗାରପୁର କେନାଲ୍ ବନ୍ଧ ରାସ୍ତାରେ ।
ସୂଚନାଯୋଗ୍ୟ ଯେ, ଗୁରୁବାର ଅପରାହ୍ନରେ ଦମ୍ପତ୍ତି ଭୁବନେଶ୍ଵରରୁ ବାଇକ୍ ଯୋଗେ ଫେରୁଥିଲେ । ଏହି ସମୟରେ ଦୁଇ ଜଣ ଲୁଟେରା ଏକ ବାଇକ୍ ରେ ଆସି ଦମ୍ପତ୍ତିଙ୍କୁ ଭିଙ୍ଗାରପୁର କେନାଲ ବନ୍ଧ ରାସ୍ତାରେ ଅଟକାଇଥିଲେ । ମୁଣ୍ଡରେ ବନ୍ଧୁକ ଲଗାଇ ଧମକ ଦେବା ସହ ମହିଳାଙ୍କ ବେକରୁ ସୁନା ଚେନ୍, କାନଫୁଲ ସହ ପାଖରେ ଥିବା ୮ ହଜାର ଟଙ୍କା ଲୁଟି ନେଇ ଫେରାର୍ ହୋଇଯାଇଥିଲେ ଲୁଟେରା । ଖବର ପାଇ ବାଲିଅନ୍ତା ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ କରିଛି ।
Related Posts
ଜଙ୍ଗଲରେ ପଡିଛି ମୁଣ୍ଡ ବିହୀନ ମୃତଦେହ, ହତ୍ୟା ପରେ ଫିଙ୍ଗାଯାଇଛି !
25 January 2021
ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
25 January 2021