ମହିଳାଙ୍କୁ ପାଣି ପିଇବାକୁ ମାଗି ଲୁଟିନେଲେ ସୁନା ହାର, ଜଣକୁ କାବୁକଲେ ଗ୍ରାମବାସୀ

Published By : Prameya-News7 Bureau | August 16, 2019 IST

ସୋର ୧୬|୮: ଅଭିନବ ଉପାୟରେ ମହିଳାଙ୍କଠାରୁ ସୁନା ହାର ଲୁଟ୍। ମହିଳାଙ୍କୁ ପାଣି ପିଇବାକୁ ମାଗି ଲୁଟ୍ କଲେ ସୁନା ହାର। ତିନି ଲୁଟେରାଙ୍କ ମଧ୍ୟରୁ ବାଇକରେ ଖସିଗଲେ ଦୁଇ ଲୁଟେରା। ଅନ୍ଯ ଜଣେ ଲୁଟେରା ବିଲରେ ଦୌଡି ଖସିଯିବା ବେଳେ ସ୍ଥାନୀୟ ଲୋକେ ଲୁଟେରାକୁ ଧରି ପୋଲିସ ଉପସ୍ଥିତିରେ ନିର୍ଧୁମ ଛେଚି ଖନ୍ତାପଡା ପୋଲିସକୁ କଲେ ହସ୍ତାନ୍ତର।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ୧୬ନଂ ଜାତୀୟ ରାଜପଥ ବାହାନଗା ବଜାର ନିକଟ ରବି ଦାସଙ୍କ ସ୍ତ୍ରୀ ଘରେ କାମ କରୁଥିବା ବେଳେ ୩ ଲୁଟେରା ହାର ଲୁଟ୍ କରି ନେବାବେଳେ ଜଣେ ଲୁଟେରା ଧରା ପଡିଛି। ଧରାପଡିଥିବା ଅଭିଯୁକ୍ତ ଘର ହଲଦିପଦା ତ୍ରିଭଙ୍ଗପୁର ଗ୍ରାମର ଜୟଦେବ ପ୍ରଧାନ। ଗୁରୁତର ଅଭିଯୁକ୍ତ ଖନ୍ତାପଡା ଡାକ୍ତରଖାନାରେ ଭର୍ତ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.