Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ଦିବଙ୍ଗତ ଅଭିନେତା ବିଜୟ ମହାନ୍ତିଙ୍କ ମାଆ
  • ||
  • ଭୁବନେଶ୍ୱରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା, ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ
  • ||
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ଦୋକାନୀଙ୍କୁ ଆକ୍ରମଣ କରି ଲୁଟିନେଲେ ୩୦ ଲକ୍ଷ ଟଙ୍କାର ସୁନାଗହଣା

13/11/2020 at 3:08 PM

ସୋର ୧୩।୧୧: ବାଲେଶ୍ୱର ଜିଲ୍ଲା ସଦର ଥାନା ରସାଲପୁର ବଜାରରେ ଜଣେ ଗହଣା ଦୋକାନୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ଦୁର୍ବୃତ୍ତ ସୁନା ଅଳଙ୍କାର ସହ ଟଙ୍କା ଲୁଟିନେଇଥିବା ଜଣାପଡିଛି । ଗୁରୁବାର ରାତି ୧୦ଟା ବେଳେ ଦୋକାନୀ ଲକ୍ଷ୍ମୀଧର ରଣା ରସାଳପୁର ବଜାରରେ ଥିବା ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ଛିନ୍ତାଇର ଶିକାର ହୋଇଥିବାର ଫାଣ୍ଡିରେ ଅଭିଯୋଗ କରିଛନ୍ତି ।

କସବା ଫାଣ୍ଡି ପାଖକୁ ଲାଗି ସଲଟରୋଡ଼ କଡରେ ତାଙ୍କ ଘର ଆଗରେ ଏଭଳି ଘଟଣା ଘଟି ଯାଇଥିଲେ ବି ଦୁର୍ବୃତ୍ତ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି । ଶ୍ରୀ ରଣା ବଜାରରୁ ଦୋକାନ ବନ୍ଦ କରି ନିଜ ଘର ଜୟଦେବ କସବା ଘରକୁ ଫେରୁଥିଲେ । ଘର ଆଗରେ ଛିଡା ହୋଇ ଗେଟ୍ ଖୋଲୁଥିବା ବେଳେ ହଠାତ୍ ରସାଲପୁର ଆଡୁ ୨ଟି ବାଇକରେ ୪ ଜଣ ଯୁବକ ଆସି ଟେଲଙ୍ଗା କଟୁରିରେ ବେକକୁ ଚଟା ମାରିଥିଲେ ।

ତଳେ ପଡି ଚିତ୍କାର କରିବା ସମୟରେ ଦୁର୍ବୃତ୍ତମାନେ ପାଖରେ ଥିବା ଦୋକାନରୁ ନେଇ ଆସିଥିବା ସମସ୍ତ ସୁନା ଅଳଙ୍କାର ବ୍ୟାଗ୍ ନେଇ ରସାଲପୁର ଆଡକୁ ପଳାଇ ଯାଇଥିଲେ । ଯେଉଁଥିରେ ପାଖାପାଖି ୫୦୦ ଗ୍ରାମର ସୁନା ଅଳଙ୍କାର, ୧ କେଜି ରୂପା ଅଳଙ୍କାର, ନଗଦ ୩୦ହଜାର ଟଙ୍କା ଲୁଟ୍ ହୋଇଯାଇ ଥିବାର ଅଭିଯୋଗ ହୋଇଛି । ଖବର ପାଇ କସବା ପୋଲିସ ତଦନ୍ତ ଆରମ୍ଭ କରିଛି।

   Related Posts