Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ସୁନା ଦୋକାନରେ କଳାକନା ବୁଲାଇଲେ ଲୁଟେରା, କାନ୍ଥ ତାଡି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା

9/10/2020 at 3:51 PM

ସୁନ୍ଦରଗଡ ୯।୧୦: ସୁନ୍ଦରଗଡ ବଡଗାଁ ଥାନା ଅନ୍ତର୍ଗତ ବଡଗାଁ ପୋଷ୍ଟ ଅଫିସ ନିକଟରେ ଥିବା ଜୟ ମା’ ମଙ୍ଗଳା ସୁନା ଦୋକାନରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି । ଦୋକାନ ପଛପଟ କାନ୍ଥ ତାଡି କିଛି ଦୁର୍ବୃତ୍ତ ଦୋକାନରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ନେଇଯାଇଥିବା ଥାନାରେ ଅଭିଯୋଗ କରିଛନ୍ତି ଦୋକାନ ମାଳିକ ରୋହିତ ବର୍ମା ।

ପ୍ରାୟ ୧୩ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ ଏ ପର୍ଯ୍ୟନ୍ତ ଲୁଟେରାମାନଙ୍କର କୌଣସି ପତ୍ତା ମିଳିପାରିନାହିଁ । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

   Related Posts