Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ବିଳମ୍ବିତ ରାତିରେ ଘରେ ପଶିଲେ ଡକାୟତ, ଲୁଟିନେଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର

12/04/2021 at 12:29 PM

ସୋର ୧୨।୪: ବିଳମ୍ବିତ ରାତିରେ ଘରେ ପଶିଲେ ଡକାୟତ । ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ୍ । ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ୍ ଗୋଳିହା ପଞ୍ଚାୟତ ମୁହଁଛୁଆଁ ଗ୍ରାମର ଗୟାଧର ବାରିକଙ୍କ ପରିବାରଲୋକ ଘରେ ଶୋଇଥିବା ବେଳେ ଡକାୟତମାନେ ଘର ପାଖରେ ଥିବା ଆମ୍ବ ଗଛରେ ଚଢି ଛାତ ଉପରକୁ ଯାଇଥିଲେ ।  ଛାତ ବାଟଦେଇ ଘର ଭିତରେ ପଶିଥିଲେ । ବିଭିନ୍ନ ମାରଣାସ୍ତ୍ର ଦେଖାଇ ସମସ୍ତ ଅଳଙ୍କାର ଲୁଟି ନେଇଥିଲେ ।  ଘରଠାରୁ ୩ଶହ ମିଟରେ ଦୂରରେ ଅଳଙ୍କାର ଥିବା ବ୍ୟାଗ, ଆଟାଚ୍ ଆଦି ପଡିଥିବା ଦେଖିବାକୁ ମିଳିଛି । ଖଇରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

   Related Posts