ଦୋକାନ ଖୋଲୁଥିବା ବେଳେ ବ୍ୟବସାୟୀଙ୍କଠୁ ଝାମ୍ପିନେଲେ ୧୫ଲକ୍ଷ ଟଙ୍କାର ସୁନା ଗହଣା, ଦୁଇ ଦୁର୍ବୃତ୍ତ ଫେରାର

Published By : Prameya-News7 Bureau | March 10, 2021 IST

କଳାହାଣ୍ଡି ୧୦।୩: ସୁନା ଦୋକାନୀଙ୍କଠାରୁ ୧୫ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ୍ ଅଭିଯୋଗ । ଜୁନାଗଡ଼ ଥାନା କଲମପୁର ଛକ କାଞ୍ଚନ ଜୁଏଲାରୀ ସାମ୍ନାରୁ ଲୁଟ୍ ହୋଇଛି । ଲୁଟର ଭିଜୁଆଲ ସିସିଟିଭିରେ କଏଦ ହୋଇଛି ।

ସୂଚନାଯୋଗ୍ୟ ଯେ, ବୁଧବାର ସକାଳୁ ଦୋକାନ ଖୋଲିବାକୁ ମାଲିକ ରଞ୍ଜନ କୁମାର ସାହୁ ବ୍ୟାଗ୍ ରେ ସୁନା ଗହଣା ନେଇ ଆସିଥିଲେ । ଦୋକାନର ତାଲା ଖୋଲୁଥିବା ବେଳେ ଦୁର୍ବୃତ୍ତମାନେ ସୁନା ଗହଣା ବ୍ୟାଗ୍ ଝାମ୍ପି ନେଇଥିବା ଅଭିଯୋଗ ହୋଇଛି । ପୂର୍ବରୁ ଦୁଇ ଜଣ ଦୁବୃର୍ତ୍ତ ହେଲମେଟ ପିନ୍ଧି ଯୋଜନାବଦ୍ଧ ଭାବେ ଝାମ୍ପି ନେଇ କଳା ପଲସରରେ ଫେରାର ହୋଇଯାଇଛନ୍ତି । ଦୋକାନୀଙ୍କ ଅଭିଯୋଗ ଅନୁଯାୟୀ ଲୁଟ୍ ସୁନା ଗହଣାର ଆନୁମାନିକ ମୂଲ୍ୟ ୧୫ଲକ୍ଷ ଟଙ୍କା ହେବ । ଖବର ପାଇ ଜୁନାଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.