ବନ୍ଧୁକ ଦେଖାଇ ୧୫ଲକ୍ଷ ଟଙ୍କାର ସୁନା ଗହଣା ଲୁଟ୍, ଛଡାଇନେଲେ ମୋବାଇଲ୍

Published By : Prameya-News7 Bureau | November 01, 2021 IST

ବାସୁଦେବପୁର ୧।୧୧: ଭଦ୍ରକ ବାସୁଦେବପୁର ଥାନା ମଧୁସୁଦନପୁର ଅଞ୍ଚଳରୁ ଲୁଟ୍ । ରବିବାର ରାତି ୯ଟାରେ ସୁଦର୍ଶନପୁର ମାଛହାଟ ଛକ ନିକଟରୁ ଜଣେ ସୁନା ଦୋକାନୀଠାରୁ ଗୁଳି ଫୁଟାଇ ୧୫ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ସୁନା ଗହଣା ଲୁଟିନେଇଥିବା ଅଭିଯୋଗ ହୋଇଛି।  

{"id":536699,"sizeSlug":"full","linkDestination":"none"}

ଉଲ୍ଲେଖଯୋଗ୍ୟ ଯେ, ଜଗନ୍ନାଥ ଗ୍ରାମର ତାପସ ମାଛହାଟ ଛକ ନିକଟରେ ଚକାଢୋଳା ନାମକ ଏକ ସୁନା ଦୋକାନ କରିଥଛନ୍ତି। ସବୁଦିନ ପରି ରିବାବାର ରାତି ପ୍ରାୟ ୯ଟା ସମୟରେ ତାପସ ଏକ ଏୟାର ବ୍ୟାଗରେ ଦୋକାନରେ ଥିବା ସୁନା ଗହଣା ଧରି ଘରକୁ ଯିବାକୁ ବାହାରୁଥିବା ସମୟରେ ୩ ଜଣ ଡାକାୟତ ଏକ ବାଇକ୍ ରେ ଆସି ତାପସକୁ ପ୍ରଥମେ ଅଟକାଇଥିଲେ। ପରେ ତାଙ୍କୁ ବ୍ୟାଗ୍ ମାଗିଥିଲେ । ତାପସ ନଦେବାରୁ ବନ୍ଧୁକ କାଢି ତାଙ୍କ ଡାହାଣ ଗୋଡକୁ ବନ୍ଧୁକ ଫୁଟାଇଥିଲେ।  ହେଲେ ଗୁଳିଟି ତାପସ ଗୋଡରେ ନବାଜି ତଳେ ବାଜିଥିଲା ।  ପରେ ତାପସଠାରୁ ଉକ୍ତ ସୁନାଗହଣା ବ୍ୟାଗ୍ ସମେତ ପକେଟରେ ଥିବା ମୋବାଇଲଟିକୁ ଛଡାଇ ବାସୁଦେବପୁର ଅଭିମୁଖେ ଛୁ ମାରିଥିଲେ। ପରେ ସ୍ଥାନୀୟ ଲୋକେ ଉକ୍ତ ଡକାୟତମାନଙ୍କୁ ପିଛା କରିଥିଲେ ବି ସେମାନଙ୍କୁ ଧରିବା ସମ୍ଭବ ହୋଇନଥିଲା ।  ପରେ ତାପସ ବାସୁଦେବପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅଫୁଟା ଗୁଳି ସହ ଏକ ଖୋକା ଜବତ କରିଥିଲା ।  ପରେ ପୋଲିସ ଘଟଣାର ତଦନ୍ତ ଚଳାଇଛି। 

ଗତ ୩୧ ତାରିଖରେ ୮ଜଣ ଡକାୟତ ଭୁଜାଲି ଦେଖାଇ ସୁନା ଗହଣା ସମେତ ନଗଦ ଅଢେଇ ଲକ୍ଷ ଟଙ୍କା ଲୁଟି ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.