Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘ଇତିହାସରେ ହୋଇଥିବା ଭୁଲଗୁଡିକୁ ଏବେ ସୁଧାରୁଛି ଭାରତ’, କଂଗ୍ରେସକୁ ଟାର୍ଗେଟ୍ କରି ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ବାଇକ୍‌ରେ ଯିବାବେଳେ ମହିଳାଙ୍କ ବେକରୁ ସୁନା ହାର ଓ ଚେନ୍ ଝାମ୍ପିନେଲା ଦୁର୍ବୃତ୍ତ, ଗାଡିରୁ ଖସିପଡି ମହିଳା ଆହତ

2/12/2021 at 9:55 AM

ଚଣ୍ଡିଖୋଲ ୨।୧୨: ବାଇକ୍ ରେ ଯାଉଥିବା ବେଳେ ମହିଳାଙ୍କଠୁ ସୁନା ଚେନ୍ ଓ ହାର ଝାମ୍ପିନେଲେ ଦୁର୍ବୃତ୍ତ । ମହିଳାଙ୍କୁ ଆହତ ଅବସ୍ଥାରେ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଅଘଟଣ ।

ସୂଚନାଯୋଗ୍ୟ ଯେ, ଧର୍ମଶାଳା ଗଡ଼ମାଧୁପୁର ଗ୍ରାମର ସୁବ୍ରତ ବାରିକ ତାଙ୍କ ସ୍ତ୍ରୀ ରଶ୍ମିତା ଓ ଦୁଇ ପିଲାଙ୍କୁ ଧରି ଶ୍ବଶୁର ଘର ଛତିଆ ଯିବା ସମୟରେ କେହି ଦୁର୍ବୃତ୍ତ ଏକ ଧଳା ରଙ୍ଗର ଅପାଚି ଗାଡ଼ିରେ ସେମାନଙ୍କ ପିଛା କରିଥିଲେ । ଗାଡି ପଛରେ ବସିଥିବା ରଶ୍ମିତାଙ୍କ ବେକରୁ ସୁନା ହାର ଓ ଚେନ୍ ଝାମ୍ପି ନେଇଥିଲା । ଯାହା ଫଳରେ ରଶ୍ମିତା ଗାଡ଼ିରୁ ତଳକୁ ଖସିପଡ଼ିଥିଲେ । କିଛି ବାଟ ଯାଇ ରଶ୍ମିତାଙ୍କ ସ୍ବାମୀ ଗାଡି ରୋକି ଦେଖିବାରୁ ଘଟଣାସ୍ଥଳରୁ ଦୁର୍ବୃତ୍ତ ଚମ୍ପଟ ମାରିଥିଲା । ନିକଟରେ ଥିବା ଲୋକେ ଏହା ଦେଖି ତୁରନ୍ତ ଧର୍ମଶାଳା ପୋଲିସକୁ ଖବର ଦେଇଥିଲେ । ଧର୍ମଶାଳା ପୋଲିସ ପହଞ୍ଚି ଆହତ ରଶ୍ମିତାଙ୍କୁ ତୁରନ୍ତ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥଲେ। ଏ ନେଇ ଧର୍ମଶାଳା ପୋଲିସ ତଦନ୍ତ ଜାରି ରଖିଛି I

   Related Posts