Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାରଠୁ ଲଗାତାର ୬ ଦିନ ବନ୍ଦ ରହିବ ବ୍ୟାଙ୍କ: ସୋମବାର ସାରି ଦିଅନ୍ତୁ ବ୍ୟାଙ୍କ କାମ
  • ||
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେନି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ବଢିଲା ସଂକ୍ରମଣ, ୭ ଦିନ ପାଇଁ ଏହି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
  • ||

ଦମ୍ପତ୍ତିଙ୍କୁ ଭୁଜାଲିରେ ହାଣିଲେ, ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା

7/04/2021 at 2:52 PM

କଟକ ୭।୪: ପୁଣି କଟକରେ ଲୁଟେରାଙ୍କ ଆତଙ୍କରାଜ । ବୁଧବାର ସକାଳେ କଟକ ସିଡିଏ ସେକ୍ଟର ୧୦ ଅଞ୍ଚଳର ହରେକୃଷ୍ଣ ପରିଡା ଓ ତାଙ୍କ ପତ୍ନୀ ମର୍ଣ୍ଣିଂ ଓ୍ବାକ୍ ରୁ ଫେରିବା ସମୟରେ ୩ ଜଣ ଲୁଟେରା ବାଇକ୍ ରେ ଆସି ହରେକୃଷ୍ଣଙ୍କୁ ଭୁଜାଲିରେ ହାଣି ରକ୍ତାକ୍ତ କରିଥିଲେ । ଏହାସହ ଉଭୟ ହରେକୃଷ୍ଣ ଓ ତାଙ୍କ ପତ୍ନୀ ପିନ୍ଧି ଥିବା ୨ଟି ସୁନା ହାର, କାନ ଫୁଲ ସମେତ ସୁନା ଲକେଟ ଲୁଟି ନେଇ ଫେରାର ହୋଇଯାଇଛନ୍ତି । ଗୁରୁତର ଅବସ୍ଥାରେ ହରେକୃଷ୍ଣଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଫେଜ୍ ଟୁ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

ନିକଟରେ ସିଡିଏରେ ଏଭଳି ଲୁଟ୍ ଘଟୁଥିବା ବେଳେ ସହରରେ ମଧ୍ୟ ଆତଙ୍କ ଖେଳାଇଛନ୍ତି ଲୁଟେରା । ଗତ ୪ ଦିନ ମଧ୍ୟରେ ମଧୁପାଟଣା ଥାନା, ସଦର ଥାନା, ଦରଘାବଜାର ଥାନା, ମର୍କତନଗର ଥାନା ଅଞ୍ଚଳରେ ଲୁଟ୍ କରି ଫେରାର ହୋଇଯାଇଥିବା ବେଳେ ଲୁଟେରାଙ୍କୁ ଧରିବା କଥା ଦୂରରେ ଥାଉ ଲୁଟେରାଙ୍କ ଟେର ବି ପାଇ ପାରିନାହିଁ କମିଶନରେଟ୍ ପୋଲିସ । ତେବେ ସିଡିଏ ଅଞ୍ଚଳରେ ପାଟ୍ରୋଲିଂକୁ ଅଧିକ କଡାକଡି କରିବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

   Related Posts