ଗ୍ରୀଲ୍ ଭାଙ୍ଗିଲେ, ଘରେ ପଶି ବନ୍ଧୁକ ଦେଖାଇଲେ : ଲୁଟିନେଲେ ୫ଲକ୍ଷ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା

Published By : Prameya-News7 Bureau | November 23, 2020 IST

ସୋର ୨୩।୧୧: ଗ୍ରୀଲ୍ ଭାଙ୍ଗି ଘରେ ପଶିଲେ, ବନ୍ଧୁକ ଦେଖାଇ ଲୁଟିନେଲେ ୫ଲକ୍ଷ ଟଙ୍କାର ସୁନା ଗହଣା । ବାଲେଶ୍ବର ଜିଲ୍ଲା ଖଇରା ଥାନା ନନ୍ଦୁର ପଞ୍ଚାୟତ ବ୍ରହ୍ମଚାରୀ ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଲୁଟ୍ ହୋଇଛି । ଗ୍ରୀଲ୍ ଭାଙ୍ଗି ଘରେ ପଶି ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଖଇରା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

{"id":366154,"sizeSlug":"large"}

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ଖଇରା ଥାନା ବ୍ରହ୍ମଚାରୀ ଗ୍ରାମର ଯଦୁନାଥ ବେହେରାଙ୍କ ଘରୁ ଲୁଟ୍ ହୋଇଛି । ମୁହଁରେ କପଡା ବାନ୍ଧି ୧୪ଜଣ ଦୁର୍ବୃତ୍ତ ଆସି ଘରର ଗ୍ରୀଲ୍ ଭାଙ୍ଗି ଭିତରକୁ ପଶିଥିଲେ । ପରେ ଯଦୁନାଥଙ୍କୁ ଏକ ରଶିରେ ବାନ୍ଧି ତାଙ୍କ ବୋହୂଙ୍କୁ ବନ୍ଧୁକ ଏବଂ ଭୁଜାଲି ଦେଖାଇ ଭୟଭୀତ କରାଇ ଗଡ୍ରେଜ ଚାବି ମାଗିଥିଲେ । ଚାବିନେଇ ଗଡ୍ରେଜରେ ଥିବା ନଗଦ ୧୨ ହଜାର ଟଙ୍କା, ସୁନାଗହଣା, ଏଟିଏମ୍ କାର୍ଡ ସମେତ ଏକ ମୋବାଇଲ ଫୋନ୍ ନେଇଯାଇଛନ୍ତି । ଏନେଇ ସୋମବାର ସକାଳେ ଯଦୁନାଥ ଖଇରା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।

{"id":366155,"sizeSlug":"large"}

ଅଭିଯୋଗ ପରେ ନୀଳଗିରି ଏସଡିପିଓ, ଖଇରା ଥାନା ଆଇଆଇସି ସୁବ୍ରତ କୁମାର ବେହେରା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ଏକ ସାଇଣ୍ଟଫିକ୍ ଟିମ୍ ଆସି ଏହାର ତଦନ୍ତ କରିବ ବୋଲି ସୂଚନା ଦେଇଛନ୍ତି । ଦୁର୍ବୃତ୍ତମାନେ ଆନୁମାନିକ ୨ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ଚୋରି କରିନେଇଥିବା ସୂଚନା ମିଳିଛି । ଖଇରା ଅଞ୍ଚଳରେ ଏଭଳି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ଖଇରା ପୋଲିସ ନୀରବ ଦ୍ରଷ୍ଟା ସାଜିଛି । ଆଖି ଦୃଶିଆ ପଦକ୍ଷେପ ନେଉନଥିବା ସାଧାରଣରେ ଅଭିଯୋଗ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.