Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଧାରୁଆ ଅସ୍ତ୍ର ଦେଖାଇ ଲୁଟ୍, ସୁନା ଅଳଙ୍କାର ସହ ୫୦ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

23/06/2021 at 9:16 AM

ଜୟପୁର ୨୩।୬: କରୋନା ସଂକ୍ରମଣକୁ ନେଇ ନାଇଟ୍ କର୍ଫ୍ୟୁ ଜାରି ରହିଛି । କର୍ଫ୍ୟୁର ଶୂନଶାନ ରାତିର ସୁଯୋଗ ନେଇ ଏବେ ଗ୍ରାମାଞ୍ଚଳରେ ସକ୍ରିୟ ହେଲେଣି ଡକାୟତ ଦଳ । ବିସିଂହପୁର ଥାନା ଅନ୍ତର୍ଗତ ଗୁମୁଡା ଗ୍ରାମରେ ଧାରୁଆ ଅସ୍ତ୍ର ଦେଖାଇ ଲୁଟ୍ ହୋଇଛି । ବିଳମ୍ବିତ ରାତିରେ ଗାଁର ଲମ୍ବୋଦର ଷଡଙ୍ଗୀ ନିଜ ସ୍ତ୍ରୀ ସହ  ଘରେ ଶୋଇଥିବା ସମୟରେ ଅଚାନକ ୫ଜଣ ଦୁର୍ବୃତ୍ତ ମୁଖ୍ୟ ପାଚେରୀ ଦେଇ ଘରର କବାଟ ଭାଙ୍ଗି ଭିତରକୁ ପଶିଥିଲେ । ମୁଖା ପିନ୍ଧି ଧରୁଆ ଅସ୍ତ୍ର ଦେଖାଇ ଦମ୍ପତ୍ତିଙ୍କଠାର  ଲକର ଚାବି ନେଇ ଗଡରେଜରୁ ସୁନା କାନ ଫୁଲ, ମୁଦି ଭଳି ପ୍ରାୟ ୩ ତୋଳାର ଅଳଙ୍କାର ଓ ନଗଦ ୫୦ ହଜାର ଟଙ୍କା ଲୁଟି ନେଇ ଚମ୍ପଟ ମାରିଥିଲେ ।

ଘଟଣାକୁନେଇ ଲମ୍ବୋଦର ଷଡଙ୍ଗୀ ବିସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି  । ଅଭିଯୋଗକୁ ଆଧାର କରି ବିସିଂହପୁର ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରି ସାଇଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁରକୁ ଧରି ଗୁମୁଡ଼ା ଗ୍ରାମରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ଥାନା ଅଧିକାରୀ ଦାମୋଦର ବିହାରୀ । ଅଭିଯୁକ୍ତଙ୍କ ବିଷୟରେ ଦମ୍ପତ୍ତି ଜାଣି ପାରିନଥିବା ବେଳେ ପୋଲିସ ଏହାର ସୁରାକ ଖୋଜୁଛି ।

   Related Posts