ମାରଣାସ୍ତ୍ର ଦେଖାଇ ଲୁଟିନେଲେ ସୁନାଗହଣା ଓ ଟଙ୍କା, ଲୁଟେରାଙ୍କ ଆକ୍ରମଣରେ ବାପା-ପୁଅ ଆହତ
16/01/2021 at 10:46 AM

ଆନନ୍ଦପୁର ୧୬।୧: ଘରେ ପଶି ସୁନା ଲୁଟିନେଲେ ଦୁର୍ବୃତ୍ତ । ପରିବାର ସଦସ୍ୟଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ଲୁଟି ନେଇଛନ୍ତି ଦୁର୍ବୃତ୍ତ । କେନ୍ଦୁଝର ଜିଲ୍ଲା ଘସିପୁରା ଥାନା କେଶଦୁରାପାଳ ଗାଁରେ ଘରେ ଏହି ଲୁଟ୍ ଘଟଣା ଘଟିଛି ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ବିଳମ୍ବିତ ରାତିରେ ଗାଁର ରଙ୍କନାଥ ମହାରଣାଙ୍କ ପରିବାର ଲୋକେ ଶୋଇଥିବା ସମୟରେ ଘରର ମୁଖ୍ୟ ଦ୍ବାର ଭାଙ୍ଗି ୪ ଜଣ ଦୁର୍ବୃତ୍ତ ଘରେ ପଶି ଏଭଳି କାଣ୍ଡ ଘଟାଇଥିବା ଜଣାପଡିଛି । ଘରେ ପଶି ସୁନା ଓ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଏହି ସମୟରେ ଦୁର୍ବୃତ୍ତଙ୍କୁ ବିରୋଧ କରିବାକୁ ଯାଇ ମାରଣାସ୍ତ୍ରର ଆକ୍ରମଣର ଶିକାର ହୋଇଛନ୍ତି ବାପ-ପୁଅ ରଙ୍କନାଥ ମହାରଣା ଓ କେଦାର ମହାରଣା । ଲୁଟ୍ ଘଟଣା ନେଇ ଘସିପୁରା ଥାନାରେ ପରିବାର ପକ୍ଷରୁ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
Related Posts
ଜଙ୍ଗଲରୁ କୁଟାରୀ ମାଂସ ଓ ଚମଡା ଜବତ, ଶିକାରୀ ଫେରାର
25 February 2021
ସ୍କର୍ପିଓ ଏବଂ ବୋଲେରୋ ମୁହାଁମୁହିଁ ଧକ୍କା, ୬ ଗୁରୁତର
25 February 2021
ଘରୋଇ କଳହ ହେଲା କାଳ, ବାପାକୁ କଟୁରିରେ ହାଣି ହତ୍ୟା କଲା ପୁଅ
25 February 2021
ଗାଈ ପାଟିରେ ଫୁଟିଲା ବୋମା
25 February 2021