ମହିଳାଙ୍କୁ ଛୁରୀ ଦେଖାଇ ୬ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

Published By : Prameya-News7 Bureau | February 08, 2020 IST

ଯାଜପୁର ୮।୨: ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ବଗରିଆ ଗାଁରେ ରୋରି ହୋଇଥିବା ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଅକ୍ଷୟ କୁମାର ଧଳଙ୍କ ଘରେ ପଶି ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି ।

{"id":221814,"sizeSlug":"large"}

ସୂଚନାଯୋଗ୍ୟ ଯେ, ବଗରିଆ ଗାଁର ଅକ୍ଷୟ କୁମାର ଧଳ ଘରେ ନଥିବା ବେଳେ ତାଙ୍କ ସ୍ତ୍ରୀ ପ୍ରତିମାଙ୍କୁ ଛୁରୀ ଦେଖାଇ ଦୁର୍ବୃତ୍ତମାନେ ଲୁଟ୍ କରିଥିବା ଜଣାପଡିଛି । ପାଖାପାଖି ୬ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଡାକୟତି ହୋଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଏପର୍ଯ୍ୟନ୍ତ ଡକାୟକମାନଙ୍କ କୌଣସି ପତ୍ତା ମିଳିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.