ଘରେ କେହି ନଥିବା ବେଳେ କଳାକନା ବୁଲାଇଲେ ଲୁଟେରା, ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି
11/01/2021 at 3:05 PM

ସୋର ୧୧।୧: ଘରେ କେହି ନଥିବାର ସୁଯୋଗ ନେଇ କଳାକନା ବୁଲାଇଲେ ଲୁଟେରା । ମା’ଙ୍କୁ ଚିକିତ୍ସା ପାଇଁ କଟକ ବଡ ଡାକ୍ତରଖାନା ନେଇ ଯାଇଥିବା ବେଳେ ଘରେ କେହି ନଥିବାର ସୁଯୋଗ ନେଇ କଳାକନା ବୁଲାଇଲେ ଲୁଟେରା । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୋର ଥାନା ମୁଳେଶ୍ବର ଗ୍ରାମରେ ।
ସୂଚନାଯୋଗ୍ୟ ଯେ, ମାଳତୀ ପ୍ରଧାନ ନିଜ ମା’ଙ୍କୁ ଚିକିତ୍ସା ପାଇଁ କଟକ ବଡ ଡାକ୍ତରଖାନାକୁ ନେଇ ଯାଇଥିଲେ । ସୋମବାର ଘରକୁ ଫେରିବା ପରେ ଘରେ ତାଲା ଭଙ୍ଗାଯାଇ ଲକ୍ଷାଧିକ ଟଙ୍କାର ଗହଣା ଚୋରି ଓ ଘରର ବିଭିନ୍ନ ଆସବାବପତ୍ର ଚୋରି ହୋଇଥିବା ଦେଖିବାକୁ ପାଇଥିଲେ । ଏନେଇ ମାଳତୀ ସୋର ଥାନାରେ ଅଭିଯୋଗ କରିବା ପରେ ଘଟଣାସ୍ଥଳରେ ସୋର ପୋଲିସ ପହଞ୍ଚି ଛାନ୍ ଭିନ୍ ଆରମ୍ଭ କରିଛି ।
Related Posts
ଆସିକା ପୋଲିସକୁ ବଡ ସଫଳତା, ୨୪ ଚୋରା ମୋଟର ସାଇକେଲ୍ ଜବତ, ୯ ଗିରଫ
16 January 2021