Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଦିନ ଦ୍ବିପ୍ରହରରେ ଲୁଟ୍, ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ

13/04/2021 at 5:52 PM

ବାରିପଦା ୧୩।୪: ଦିନ ଦ୍ବିପ୍ରହରରେ ମହିଳାଙ୍କ ବେକରୁ ସୁନା ଚେନ୍ ଛିଡାଇ ନେଲେ ସ୍କୁଟିରେ ଆସିଥିବା ୨ ଯୁବକ। ଘଟଣା ଘଟିଛି ବାରିପଦା ସହରର ଷ୍ଟେସନ ବଜାର ଅଞ୍ଚଳ ୧୧ ନମ୍ବର ୱାର୍ଡରେ । କଳ୍ପନା ଘୋଷ ନାମକ ଏକ ମହିଳା ଘରୁ ଦିନ ୧୨ଟା ସମୟରେ ମାର୍କେଟ ଯାଉଥିବା ସମୟରେ ଗୋଟିଏ ଧଳା ସ୍କୁଟିରେ ୨ ଜଣ ଯୁବକ ଆସି ତାଙ୍କୁ ଜଣେ ବ୍ୟକ୍ତିଙ୍କ ଘର କେଉଁଠି ବୋଲି ପଚାରିଥିଲେ । ତେବେ ମହିଳା ଜଣଙ୍କ କିଛି ନକହି ସେଠାରୁ ପଳାଇ ଯାଉଥିବା ବେଳେ ପଛରୁ ଆସି ଏହି ଦୃର୍ବୃତ୍ତମାନେ ମହିଳା ଜଣଙ୍କ ପିନ୍ଧିଥିବା ସୁନା ଚେନକୁ ଛିଡାଇ ନେଇ ପଳାଯାଇଥିଲେ।  ତେବେ ମହିଳା ଜଣଙ୍କ ଏ ସଂପର୍କରେ ବାରିପଦା ଟାଉନ ଥାନାରେ ଅଭିଯୋଗ କରିଥିବା ବେଳେ ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଜାରି ରଖିଛି ।

   Related Posts