ସ୍ପଷ୍ଟ ଦିବାଲୋକରେ ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟ୍, ସିସିଟିଭିରେ କଏଦ ହେଲା ଲୁଟ୍‌ର ଦୃଶ୍ୟ

Published By : Prameya-News7 Bureau | August 13, 2019 IST

ସାଲେପୁର ୧୩|୮:  ସ୍ପଷ୍ଟ ଦିବାଲୋକରେ ମହିଳାଙ୍କ ବେକରୁ  ଝାମ୍ପି ନେଲେ ସୁନାଚେନ। ସିସିଟିଭି କ୍ୟାମେରାରେ କଏଦ ହେଲା ଲୁଟର ଲାଇଭ୍ ଭିଜୁଆଲ। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ଜଗତପୁର ଥାନାର ଅଲଟ୍ରା ଲେନରେ।

{"id":143918}

ଦୁଇ ଜଣ ଯୁବକ ଏକ ନମ୍ବର ବିହୀନ ବାଇକରେ ଆସି ସୁଦିପ ଚକ୍ରବର୍ତ୍ତୀଙ୍କ ପତ୍ନୀ କ୍ରିୟା ଚକ୍ରବର୍ତ୍ତୀ ଶିବ ମନ୍ଦିରରୁ ପୂଜା କରି ଫେରୁଥିବା ସମୟରେ ତାଙ୍କ ତାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇ ସେଠାରୁ ଫେରାର ହୋଇଯାଇଥିଲେ। ଏସବୁ ଘଟଣା ଘଟିଥିଲା କ୍ରିୟା ଚକ୍ରବର୍ତ୍ତୀଙ୍କ ଘର ସମ୍ମୁଖରେ। ଏନେଇ କ୍ରିୟା ଚକ୍ରବର୍ତ୍ତୀ ଜଗତପୁର ଥାନାରେ ଏତାଲା ଦେବାପରେ ଜଗତପୁର ପୋଲିସ ସିସିଟିଭି କ୍ୟାମେରାକୁ ଆଧାର କରି ତଦନ୍ତ ଆରମ୍ଭ କରିଛି।

{"id":143919,"width":581,"height":398}

ସୂଚନାଯୋଗ୍ୟ ଯେ, କିଛି ଦିନ ମଧ୍ୟରେ ସାଲେପୁର ଥାନା ଓ ଜଗତପୁର ଥାନା ଅଞ୍ଚଳରେ ଏଭଳି ରାହାଜାନି କରି ପୋଲିସକୁ ଚ୍ୟାଲେଞ୍ଜ କରିଛନ୍ତି ଲୁଟେରା। କିନ୍ତୁ ଏପର୍ଯ୍ୟନ୍ତ ପୋଲିସ ଲୁଟେରାଙ୍କ ପାଖରେ ପହଞ୍ଚି ପାରିନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.