Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଅଲିମ୍ପିକ୍ସ: ୪୧ ବର୍ଷ ପରେ କ୍ଵାର୍ଟର ଫାଇନାଲ୍‌ରେ ଭାରତୀୟ ମହିଳା ହକି ଦଳ
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୮୯୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ଡିସଚାର୍ଜ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସୁସ୍ଥ
  • ||
  • ଭୁବନେଶ୍ବରରୁ ଦିନକରେ ୩୫୪ କରୋନା ଆକ୍ରାନ୍ତ ଚିହ୍ନଟ, ୨୩୯ ସୁସ୍ଥ
  • ||
  • ଭାରତ-ଚୀନ ମଧ୍ୟରେ ଥମିବ କି ବିବାଦ ! ୯ ଘଣ୍ଟା ଧରି ଚାଲିଲା ୧୨ତମ ବୈଠକ, ଗୋଗରା-ହଟ୍ ସ୍ପ୍ରିଙ୍ଗରୁ ସୈନ୍ୟ ପ୍ରତ୍ୟାହାର ଉପରେ ଜୋର
  • ||
  • ଜେଲ୍‌ ଗଲେ କୋଟିପତି ପିଏସ୍‌ ବିରଞ୍ଚି ସାହୁ
  • ||
  • ସେମି ଫାଇନାଲରେ ହାରିଲେ ସିନ୍ଧୁ, ଧୂଳିସାତ ହେଲା ସ୍ଵର୍ଣ୍ଣ ପଦକ ଆଶା, ଏବେ କାଂସ୍ୟ ଉପରେ ନଜର
  • ||
  • ସରକାରୀ-ବେସରକାରୀ ସ୍ବିମିଂ ପୁଲ ଖୋଲିବ
  • ||
  • ମୀନା ବଜାର ଖୋଲାଯାଇପାରିବ
  • ||
  • ଭୋଜିଭାତ ଉପରେ ପୂର୍ବବତ କଟକଣା ରହିବ
  • ||
  • ବିବାହରେ ୨୫, ଶୁଦ୍ଧିକ୍ରିୟାରେ ୨୦ ଜଣଙ୍କୁ ଅନୁମତି
  • ||

ରାଜଧାନୀରେ ମାତିଲେ ଲୁଟେରା, ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନା ଚେନ୍

11/08/2020 at 9:24 AM

ଭୁବନେଶ୍ବର ୧୧।୮: ରାଜଧାନୀରେ ଲୁଟେରାଙ୍କ ଆତଙ୍କରାଜ୍ । ପୁଣି ଝାମ୍ପିନେଲେ ମହିଳାଙ୍କ ବେକରୁ ସୁନା ଚେନ୍ । ଲୁଟ୍ କରି ଦୁଇ ଲୁଟେରା ଫେରାର ହୋଇଯାଇଛନ୍ତି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ସ୍ଥିତ ନୟାପଲ୍ଲୀ ରେଣ୍ଟାଲ କଲୋନୀ ଛକରୁ ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟ୍ କରିନେଇଛନ୍ତି ଦୁର୍ବୃତ୍ତ । ପଲସର୍ ଗାଡିରେ ଆସି ଦୁଇ ଦୁର୍ବୃତ୍ତ ଚେନ୍‌ ଲୁଟିନେଇଥିବା ଅଭିଯୋଗ ହୋଇଛି । ତେବେ ମହିଳା ଜଣଙ୍କ ସ୍କୁଟିରେ ଯାଉଥିବା ବେଳେ ତାଙ୍କ ବେକରୁ ଚେନ୍‌ ଟାଣିନେଲେ ଦୁଇ ଦୁର୍ବୃତ୍ତ । ଘଟଣା ପରେ ନୟାପଲ୍ଲୀ ଥାନାରେ ଏତଲା ଦେଇଛନ୍ତି ସଂପୃକ୍ତ ମହିଳା । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଲୁଟେରାମାନଙ୍କର ପତ୍ତା ମିଳିପାରିନାହିଁ ।

ପୂର୍ବରୁ ମହିଳା ଡିଏସ୍‌ପିଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଦୁର୍ବୃତ୍ତମାନେ ଲୁଟ୍ କରିଥିଲେ । ଭୁବନେଶ୍ବର ୟୁନିଟ୍-୩ ସ୍ଥିତ ସରକାରୀ ବାସଭବନ IV B 25/3 ରେ ସକାଳ ୬ଟା ୪୫ ମିନିଟରେ ଭିଜିଲାନ୍ସ ଡିଏସପି ତନୁଜା ମହାନ୍ତି ଝାଡୁ କରୁଥିବା ସମୟରେ ଲୁଟ୍ ଘଟିଥିଲା । ସିନେମା ଶୈଳୀରେ ଡିଏସପିଙ୍କଠାରୁ ଲୁଟ୍ କରିଥିଲେ ଲୁଟେରା । ଘର ଗେଟ୍ ଆଗରେ ଆସି ଲୁଟେରା ଦୁଇ ଜଣ ଠିଆ ହେବା ସହ ଡିଏସପିଙ୍କୁ ଆପଣଙ୍କ ଫୋନ୍ ଆସିଛି କହିଥିଲେ । ନିଅନ୍ତୁ ଫୋନରେ କଥା ହୁଅନ୍ତୁ ବୋଲି କହି ଫୋନ୍ ଦେବାକୁ ଗ୍ରୀଲ୍ ଖୋଲି ଭିତରକୁ ପଳାଇ ଆସିଥିଲେ । ତାପରେ ବନ୍ଧୁକ ଦେଖାଇ ବେକରୁ ସୁନାଚେନ୍ ଲୁଟି ନେଇଥିଲେ ।

ସେହିପରି ତାର କିଛି ଦିନ ପରେ ସାମ୍ବାଦିକଙ୍କ ଘରେ କଳାକନା ବୁଲାଇଥିଲେ ଚୋର । ଭୁବନେଶ୍ବର ୟୁନିଟ୍ ୩ ସ୍ଥିତ ସାମ୍ବାଦିକଙ୍କ ଘରୁ ଚୋରୀ କରିଥିଲେ ଦୁର୍ବୃତ୍ତ । ଘରର ମେନ୍ ଗେଟ୍ ଓ ଘର ତାଲା ତାଡି କଳାକନା ବୁଲାଇ ଦେଇଥିବା ଜଣାପଡିଥିଲା ।

ତେବେ ରାଜଧାନୀରେ ଗୋଟିଏ ପରେ ଗୋଟିଏ ଏଭଳି ଘଟଣା ପୋଲିସର ମୁଣ୍ଡବ୍ୟଥାର କାରଣ ସାଜିଛି । ଚୋର, ଡକାୟତଙ୍କ ପାର୍ଦୁଭାବ ବଢି ଯାଇଛି । ଉଚିତ୍ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

   Related Posts