ବୃଦ୍ଧାଙ୍କ ପୁଣି ଟାର୍ଗେଟ୍, ସୁନା ଚେନ୍ ଝାମ୍ପିନେଇ ଲୁଟେରା ଫେରାର

Published By : Prameya-News7 Bureau | August 20, 2020 IST

ବାଲିପାଟଣା ୨୦।୮: ବୃଦ୍ଧାଙ୍କୁ ପୁଣି ଟାର୍ଗେଟ୍ କଲେ ଲୁଟେରା । ବୃଦ୍ଧାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇ ଫେରାର ହୋଇଗଲେ ଦୁଇ ଲୁଟେରା । ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଗଡଶ୍ରୀରାମପୁର ଗ୍ରାମରେ ଘଟିଛି ଏଭଳି ଘଟଣା ।

ସୂଚନାଯୋଗ୍ୟ ଯେ, ଗଡଶ୍ରୀରାମପୁର ଗ୍ରାମର ପ୍ରେମଲତା ସାହୁ ନାମକ ଜଣେ ବୃଦ୍ଧା ପଡୋଶୀଙ୍କ ଘରକୁ ଯାଉଥିବା ବେଳେ ଦୁଇ ଜଣ ଲୁଟେରା ତାଙ୍କ ପାଖରେ ବାଇକ୍ ଆଣି ରଖିଥିଲେ । କିଛି ବୁଝିବା ପୂର୍ବରୁ ବୃଦ୍ଧାଙ୍କ ବେକରୁ ସୁନାଚେନ୍ ଝାମ୍ପି ଫେରାର୍ ହୋଇଯାଇଥିଲେ ଦୁଇ ଲୁଟେରା ।

ରାଜଧାନୀ ଉପକଣ୍ଠରେ ଗତ କିଛି ଦିନ ହେବା ଉତ୍ପାତ ମଚାଇଛନ୍ତି ଲୁଟେରା । ବିଶେଷକରି ବରିଷ୍ଠ ନାଗରିକମାନଙ୍କୁ ଟାର୍ଗେଟ୍ କରି ଝାମ୍ପି ନେଉଛନ୍ତି ସୁନା ଚେନ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.