ଉଜ୍ବଳା ଯୋଜନା ନାଁରେ ଠକେଇ, ଫୁଲ୍ କରିବାକୁ କହି ଖାଲି ସିଲିଣ୍ଡର ନେଇଗଲେ ଦୁର୍ବୃତ୍ତ

Published By : Prameya-News7 Bureau | July 17, 2021 IST

ଭଞ୍ଜନଗର ୧୭।୭: ଗ୍ୟାସ୍ ସିଲିଣ୍ଡର ଫୁଲ୍ ହେବ । ସରକାରଙ୍କ ଉଜ୍ବଳା ଯୋଜନାରେ ଗରିବ ଲୋକଙ୍କୁ ମିଳିବ ଏହି ସୁବିଧା । ଏଭଳି ପ୍ରଲୋଭନ ଦେଖାଇ ନୀରିହ ଗରିବ ଆଦିବାସୀମାନଙ୍କଠାରୁ ଖାଲି ଗ୍ୟାସ୍ ସିଲିଣ୍ଡର ଦୁବୃର୍ତ୍ତମାନେ ନେଇ ପଳାଇଥିବା ଅଭିଯୋଗ ଆସିଛି । ଭଞ୍ଜନଗର ଥାନା ମୁଜାଗଡ ପଞ୍ଚାୟତର ସୁତାଙ୍ଗି ଗ୍ରାମରୁ ।  

ସୂଚନାଯୋଗ୍ୟ ଯେ, ଗତ ତିନି ଚାରି ଦିନ ତଳେ କିଛି ବ୍ୟକ୍ତି ଏକ ପିକଅପ୍ ଭ୍ୟାନ୍ ଧରି ଆସି ଗ୍ୟାସ୍ କମ୍ପାନୀରୁ ଆସିଥିବା କହିଥିଲେ। ଉଜ୍ବଳା ଯୋଜନାରେ ଲୋକଙ୍କୁ ମାଗଣା ଗ୍ୟାସ୍ ମିଳିବ ବୋଲି କହିଥିଲେ । ସେମାନଙ୍କୁ ନିଜ ପାଖରେ ରଖିଥିବା ଖାଲି ସିଲିଣ୍ଡର ଦେଲେ ଦିନେ କି ଦୁଇ ଦିନରେ ଫୁଲ୍ ସିଲିଣ୍ଡର ଦିଆଯିବ ବୋଲି କହିଥିଲେ।

ସେମାନଙ୍କ କଥାରେ ବିଶ୍ବାସ କରି ଗ୍ରାମବାସୀ ଖାଲି ସିଲିଣ୍ଡର ଦେଇଥିଲେ । କିନ୍ତୁ ୪ ଦିନ ବିତିଲା ପରେ ମଧ୍ୟ କୌଣସି ଗ୍ୟାସ୍ ନମିଳିବାରୁ ଦଦରଲୁଣ୍ଡାଠାରେ ଥିବା ଜଣେ ବ୍ୟବସାୟୀଙ୍କୁ ଆସି ପଚାରିଥିଲେ। ତେବେ ଏଭଳି ଭାବେ କମ୍ପାନୀ ପକ୍ଷରୁ ଗ୍ୟାସ୍ ସଂଗ୍ରହ ହେଉନଥିବା ବେଳେ ସେମାନେ ଠକେଇ ହୋଇଥିବା ଜାଣିବାକୁ ପାଇଥିଲେ । ପ୍ରାୟ ୧୨ ଜଣଙ୍କ ଘରୁ ଏଭଳି ଖାଲି ଗ୍ୟାସ୍ ସିଲିଣ୍ଡର ଠକେଇ କରି କେହି ନେଇ ଯାଇଥିବା ଅଭିଯୋଗ ହୋଇଛି । ଏସଂର୍ପକରେ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.