ଅନଲାଇନ୍‌ ପେମେଣ୍ଟ ବେଳେ ଦୋକାନୀଙ୍କୁ ଚୂନ ଲଗାଇଲେ, ଗାର୍ମେଣ୍ଟ ସୋ' ରୁମ୍‌ରୁ ଲୁଟିନେଲେ ୧୧ ହଜାର ଟଙ୍କାର ଜିନିଷ

Published By : Prameya-News7 Bureau | January 19, 2021 IST

ରାଉରକେଲା ୧୯।୧: ନିଜର ନିର୍ବୋଧତା ଯୋଗୁଁ ଫସିଲେ ଦୋକାନୀ । ୧୧ ହଜାର ଟଙ୍କାର କପଡା ଠକି ନେଲେ ଠକ । ରାଉରକେଲା ମେନ୍ ରୋଡ଼ରେ ଥିବା ସୁପ୍ରିଆ ଗାର୍ମେଣ୍ଟରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ଗତ ୧୭ ତାରିଖରେ ସୁପ୍ରିୟା ଗାର୍ମେଣ୍ଟ ସୋ ରୁମ୍ କୁ ଯାଇ ୧୧ ହଜାର ୮ ଶହ ଟଙ୍କାର କପଡା କିଣିଥିଲେ । ଏହାପରେ କାଉଣ୍ଟରକୁ ଆସି ୨୦୦ ଟଙ୍କା କ୍ୟାସ୍ ଦେଇ ବାକି ଟଙ୍କା ଅନଲାଇନ ପେମେଣ୍ଟ କରିଥିଲେ । ପେମେଣ୍ଟ ନ କରି ପୂର୍ବରୁ ଥିବା ପେମେଣ୍ଟ ମେସେଜକୁ ଦେଖାଇ ସେଠାରୁ ଜିନିଷ ନେଇ ପଳାଇଥିଲେ । ଦୋକାନୀ ମଧ୍ୟ ନିଜ ଅକାଉଣ୍ଟରେ ପେମେଣ୍ଟ କ୍ରେଡିଟ ହେଲା କି ନାହିଁ ଚେକ୍ କରିନଥିଲେ । ପରେ ଚେକ୍ କରିବାରୁ ପେମେଣ୍ଟ ହୋଇନଥିବା ଜଣାପଡିଥିଲା ।

ଏହାପରେ ଦୋକାନୀ ମାଲିକ ଥାନାରେ ଠକେଇ ନେଇ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ସିସିଟିଭି ପୁଟେଜ ଯାଞ୍ଚ କରି ଘଟଣାର ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.