Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ପଞ୍ଚଲିଙ୍ଗେଶ୍ବର, ଯୁବକଙ୍କୁ ମାଡ ମାରି ଛଡାଇଲେ ଟଙ୍କା ଓ ସୁନାଗହଣା

1/10/2020 at 5:35 PM

ନୀଳଗିରି ୧।୧୦: ଦିନକୁ ଦିନ ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ପଞ୍ଚଲିଙ୍ଗେଶ୍ବର ଶୈବପୀଠ । ଏବେ ଶୈବପୀଠ ବନ୍ଦ ଥିବାବେଳେ ନିଛାଟିଆ ରାସ୍ତାର ସୁଯୋଗରେ ଦୁଇ ଜଣ ଯୁବକଙ୍କୁ ଆକ୍ରମଣ କରି ସୁନାଗହଣା ଓ ଟଙ୍କା ଲୁଟ କରିନେଇଥିବା ଜଣାପଡିଛି।

ବାଲେଶ୍ଵର ଜିଲ୍ଲା ନୀଳଗିରିର ପଞ୍ଚଲିଙ୍ଗେଶ୍ବର ଶୈବପୀଠ ମୁଖ୍ୟ ଫାଟକରେ ଏବେ କରୋନା କଟକଣା ପାଇଁ ତାଲା ଝୁଲୁଛି। ପୂଜକ ନୀତିପୂଜା କରିବାକୁ ଭିତରକୁ ଯିବା ବ୍ୟତୀତ ଆଉ କାହାରିକୁ ଭିତରକୁ ନଯିବା ପାଇଁ କଟକଣା ରହିଛି। ହେଲେ ଏହାକୁ ଖାତିର ନକରି ବହୁ ଯୁବକ ଏହି ପୀଠକୁ ବୁଲିବାକୁ ଆସୁଛନ୍ତି । ସୋମବାର ଦିନ ଭଦ୍ରକ ଜିଲ୍ଲା ଚରମ୍ପା ଅଂଚଳର ଅଭୟ ବେହେରା ଓ ଜୟନ୍ତ ସେନାପତି ପଞ୍ଚଲିଙ୍ଗେଶ୍ବର ଶୈବପୀଠକୁ ବୁଲିବାକୁ ଆସିଥିଲେ। ଏକ ହୋଟେଲରେ ରହି ରାତି ୯ଟାରେ ପଞ୍ଚଲିଙ୍ଗେଶ୍ବର ପାର୍କିଂ ଅଞ୍ଚଳକୁ ବୁଲିବାକୁ ଯାଇଥିବାବେଳେ ସେହି ଅଞ୍ଚଳର ତିନି ଜଣ ଯୁବକ ତାଙ୍କୁ ମାଡ଼ ମାରି ତାଙ୍କଠାରୁ ସୁନା ହାର ଓ ୧୮ ହଜାର ୨୦୦ ଟଙ୍କା ଲୁଟିନେଲେ। ପ୍ରତିବାଦ କରିବା ପରେ ସେମାନେ ସେଠାରୁ ପଳାଇ ଆସିଥିଲେ। ପରେ ନୀଳଗିରି ପୋଲିସ ଓ ଈଶ୍ୱରପୁର ଫାଣ୍ଡି ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ଏନେଇ ନୀଳଗିରି ଥାନାରେ  ୩୩୪ ନମ୍ବର ମାମଲା ରୁଜୁ ହୋଇଥିବା ଜଣାପଡିଛି।

ପ୍ରଶ୍ନ ଉଠୁଛି ପଞ୍ଚଲିଙ୍ଗେଶ୍ବର ଶୈବପୀଠ ବନ୍ଦ ଥିବା ସତ୍ତ୍ବେ ଏହି ଯୁବକ କଣ ପାଇଁ ଏଠାକୁ ଆସି ହୋଟେଲରେ ରହିଥିଲେ । ହୋଟେଲରୁ ରାତିରେ ପାହାଡିଆ ଅଂଚଳକୁ ଦୁଇ ଜଣ କେଉଁ ଉଦ୍ଦେଶ୍ୟରେ ଯାଇଥିଲେ । ସମସ୍ତ ଘଟଣାର ପୋଲିସ ତଦନ୍ତ କଲେ ପ୍ରକୃତ କଥା ପଦାକୁ ଆସିବ ବୋଲି କୁହାଯାଉଛି ।

   Related Posts