ଅଧ୍ୟାପିକାଙ୍କ ବେକରୁ ସୁନା ଚେନ୍ ଲୁଟିନେଲେ ଦୁଇ ଦୁର୍ବୃତ୍ତ

Published By : Prameya-News7 Bureau | October 15, 2019 IST

ଉଦଳା ୧୫।୧୦: କଲେଜରୁ ଘରକୁ ଫେରୁଥିବା ବେଳେ ସ୍ପଷ୍ଟ ଦିବାଲୋକରେ ବାଇକରେ ଆସି ଦୁଇ ଦୁର୍ବୃତ୍ତ ମହିଳା ଅଧ୍ୟାପିକାଙ୍କ ବେକରୁ ସୁନା ଚେନ୍ ଲୁଟିନେଇ ଫେରାର ହୋଇଯାଇଛନ୍ତି । ଏଭଳି ଘଟଣା ଘଟିଛି ଉଦଳା ଥାନା ଅଂଚଳରେ । 

{"id":170393}

ସୂଚନାଯୋଗ୍ୟ ଯେ, ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ଜ୍ୟୋତିନଗର ଅଂଚଳରେ ସ୍ପଷ୍ଟ ଦିବାଲୋକରେ ଛିନତାଇ ହୋଇଛି । ଉଦଳା କଲେଜରେ ଇଂରାଜୀ ବିଭାଗରେ ଅଧ୍ୟାପିକା ଥିବା ରହେନା ସୁଲତାନ କଲେଜରୁ ଫେରି ଘରକୁ ଆସୁଥିଲେ । ତାଙ୍କ ଘର ପାଖରେ ପହଂଚିଥିବା ବେଳେ ହଠାତ୍ ଅଧ୍ୟାପିକାଙ୍କ ପଛରୁ ଦୁଇ ଜଣ ଯୁବକ ଏକ ବାଇକରେ ଆସି ଅଧ୍ୟାପିକାଙ୍କ ବେକରୁ ସୁନାଚେନ୍ ଲୁଟି ନେଇ ଚାଲିଯାଇଥିଲେ । ଅଧ୍ୟାପିକା ଏ ନେଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ତେବେ ଘଟଣାସ୍ଥଳରୁ କେବଳ ମହିଳାଙ୍କ ଚେନରେ ଲାଗିଥିବା ଲକେଟ ମିଳିଥିବା ବେଳେ ସୁନାଚେନର କୌଣସି ପତ୍ତା ମିଳିପାରିନାହିଁ । ଲୁଟ୍ ହୋଇଥିବା ସୁନାଚେନଟି ୩ଭରିର ହୋଇଥିବା ବେଳେ ତାର ମୂଲ୍ୟ ଏକ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ତେବେ ଗୋଟିଏ ଦିନରେ ଦୁଇ ଦୁଇଟି ଲୁଟ୍ ହେବା ସ୍ଥାନୀୟ ପୋଲିସର ଅପାରଗତାକୁ ପଦାରେ ପକାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.