ମାତିଛନ୍ତି ପଲସର୍ ଲୁଟେରା, ମହିଳାଙ୍କଠାରୁ ଟଙ୍କା ବ୍ୟାଗ୍ ଝାମ୍ପି ନେଇ ଛୁ ମାରିଲେ
16/01/2021 at 3:11 PM

ଆନନ୍ଦପୁର ୧୬।୧: କିଛି ଦିନ ବ୍ୟବଧାନ ପରେ ପୁଣି ଥରେ ଆନନ୍ଦପୁରରେ ମାତିଛନ୍ତି ଲୁଟେରା । ସ୍ପଷ୍ଟ ଦିବାଲୋକରେ ମହିଳାଙ୍କଠାରୁ ଲୁଟିନେଲେ ଟଙ୍କା ବ୍ୟାଗ୍ । ଏକ ପଲସର ବାଇକ୍ ରେ ଆସି ଜନଗହଳିପୂର୍ଣ୍ଣ ଆନନ୍ଦପୁର ବ୍ରିଜ୍ ଛକଠାରେ ଜଣେ ମହିଳାଙ୍କଠାରୁ ଟଙ୍କା ବ୍ୟାଗ୍ ଝାମ୍ପି ନେଇ ଫେରାର ହୋଇଯାଇଛନ୍ତି ଦୁଇ ଲୁଟେରା ।

ସୂଚନାଯୋଗ୍ୟ ଯେ, ଆନନ୍ଦପୁର ପଇତାପାଣି ଗାଁର ମମତା ଓଡାନ୍ ନିଜ ଦିଅରଙ୍କ ସହ ଷ୍ଟେଟ୍ ବ୍ୟାଙ୍କ ଆନନ୍ଦପୁର ଶାଖାରୁ ୩୮ହଜାର ଟଙ୍କା ଉଠାଇ ଘରକୁ ଫେରୁଥିଲେ । ବ୍ରିଜ୍ ଛକଠାରେ ରାସ୍ତାପାରି ହେଉଥିବା ସମୟରେ ହଠାତ୍ ବାଇକ୍ ରେ ଆସି ତାଙ୍କ ହାତରୁ ଟଙ୍କା ବ୍ୟାଗ୍ ଝାମ୍ପି ନେଇଥିଲେ ଲୁଟେରା । ଶାଳପଡା ପଟେ ଦ୍ରୁତଗତିରେ ପଳାଇଥିଲେ ଦୁଇ ଲୁଟେରା । ଏନେଇ ଆନନ୍ଦପୁର ଥାନାରେ ଅଭିଯୋଗ କରିଛନ୍ତି ସଂପୃକ୍ତ ଲୁଟେରା । ଲୁଟେରାଙ୍କ ସମ୍ପର୍କରେ ଛାନଭିନ୍ ଆରମ୍ଭ କରିଛି ପୋଲିସ ।