ପୋଲିସକୁ ବନ୍ଧୁକ ଦେଖାଇ ଲୁଟ୍, ମହିଳା ଭିଜିଲାନ୍ସ ଡିଏସପିଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ

Published By : Prameya-News7 Bureau | July 26, 2020 IST

ଭୁବନେଶ୍ବର ୨୬।୭: ରାଜଧାନୀରେ ପୋଲିସକୁ ବନ୍ଧୁକ ଦେଖାଇ ଲୁଟ୍ । ପୋଲିସ ବେକରୁ ସୁନା ଚେନ୍ ଝାମ୍ପି ନେଲେ ଦୁର୍ବୃତ୍ତ । ବାଇକରେ ଆସି ଦୁଇ ଜଣ ଯୁବକ ଭିଜିଲାନ୍ସ ଡିଏସପିଙ୍କୁ ବନ୍ଧୁକ ଦେଖାଇ ସୁନା ଚେନ୍ ଲୁଟି ନେଇଯାଇଛନ୍ତି । ସୁନା ଚେନ୍, କାନଫୁଲ ଆଦି ଲୁଟ୍ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ସ୍ପେଶାଲ ସ୍କ୍ବାର୍ଡର ତଦନ୍ତକାରୀ ଟିମ‌୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

{"id":305591,"sizeSlug":"large"}

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ୟୁନିଟ୍-୩ ସ୍ଥିତ ସରକାରୀ ବାସଭବନ IV B 25/3 ରେ ସକାଳ ୬ଟା ୪୫ ମିନିଟରେ ଭିଜିଲାନ୍ସ ଡିଏସପି ତନୁଜା ମହାନ୍ତି ଝାଡୁ କରୁଥିବା ସମୟରେ ଏହି ଲୁଟ୍ ଘଟଣା ଘଟିଛି । ସିନେମା ଶୈଳୀରେ ଡିଏସପିଙ୍କଠାରୁ ଲୁଟ୍ କରିଛନ୍ତି ଲୁଟେରା ।

{"id":305592,"sizeSlug":"large"}

ଘର ଗେଟ୍ ଆଗରେ ଆସି ଲୁଟେରା ଦୁଇ ଜଣ ଠିଆ ହେବା ସହ ଡିଏସପିଙ୍କୁ ଆପଣଙ୍କ ଫୋନ୍ ଆସିଛି କହିଥିଲେ । ନିଅନ୍ତୁ ଫୋନରେ କଥା ହୁଅନ୍ତୁ ବୋଲି କହି ଫୋନ୍ ଦେବାକୁ ଗ୍ରୀଲ୍ ଖୋଲି ଭିତରକୁ ପଳାଇ ଆସିଥିଲେ । ତାପରେ ବନ୍ଧୁକ ଦେଖାଇ ବେକରୁ ସୁନାଚେନ୍ ଲୁଟି ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.