ତାଲା ଭାଙ୍ଗି ଦୁଇଟି ମନ୍ଦିରରୁ ଚୋରି, ପିତ୍ତଳ ପୂଜା ସାମଗ୍ରୀ ସହ ହୁଣ୍ଡିରୁ ଲୁଟ୍

Published By : Prameya-News7 Bureau | July 05, 2021 IST

କାମାକ୍ଷାନଗର ୫।୭: ଗୋଟିଏ ରାତିରେ ଦୁଇ ଦୁଇଟି ମନ୍ଦିରରୁ ଚୋରି ।  ତାଲା ଭାଙ୍ଗି ଶିବ ମନ୍ଦିର ଓ ଗଣେଶ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟିନେଲେ ଦୁର୍ବୃତ୍ତ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଖୋକସା ଗ୍ରାମରେ ଘଟିଛି ଏଭଳି ଅଘଟଣ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

{"id":475772,"width":748,"height":411,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଖୋକସା ଗ୍ରାମ ଶିବ ମନ୍ଦିର ଓ କଙ୍ଗେଇଲୋ ଗ୍ରାମ ଗଣେଶ ମନ୍ଦିରରୁ ଚୋରି ହୋଇଛି । ରବିବାର ବିଳମ୍ବିତ ରାତିରେ ମନ୍ଦିରର ତାଲା କାଟି ଠାକୁରଙ୍କ ପିତ୍ତଳ ପୂଜା ଉପକରଣ ଓ ଦାନ ହୁଣ୍ଡି ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଏ ନେଇ ପୋଲିସ ନିକଟରେ ଅଭିଯୋଗ କରାଯିବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏ ପର୍ଯ୍ୟନ୍ତ ଲୁଟେରାମାନଙ୍କ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.