ମୁଖାଧାରୀଙ୍କ ଆତଙ୍କରାଜ, ସପ୍ତାହକ ମଧ୍ୟରେ ଦୁଇ ଦୁଇଟି ଦୋକାନରୁ ଲୁଟ୍

Published By : Prameya-News7 Bureau | March 14, 2020 IST

ସାନଖେମୁଣ୍ଡି ୧୪।୩: ମୁଖାଧାରୀଙ୍କ ଆତଙ୍କରାଜ । ୭ ଦିନରେ ମୁଖା ପିନ୍ଧି ଦୁଇ ଥର ଲୁଟ୍ ଓ ଆକ୍ରମଣ । ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଭାଲିଆ ଝୋଳି ମୁଖ୍ୟ ରାସ୍ତାରେ ଥିବା ବି କେ ମାର୍ଟରେ ଏଭଳି ଲୁଟ୍ କରିଛନ୍ତି ମୁଖାଧାରୀ ଲୁଟେରା ।

{"id":238089,"sizeSlug":"large"}

ସୂଚନାଯୋଗ୍ୟ ଯେ, ଏକ ବୋଲେରୋ ଗାଡିରେ ୪ ଜଣ ମୁଖାଧାରୀ ଲୁଟେରା ଆସି ବି କେ ମାର୍ଟରୁ ମୋବାଇଲ, ଡ୍ରେସ୍, ଗ୍ରୋସେରି ଆଇଟମ୍ ଏବଂ ନଗଦ ଟଙ୍କା ଲୁଟି ନେଇଛନ୍ତି । ଲୁଟ୍ ନେଇ ଥାନାରେ ଅଭିଯୋଗ ପରେ ପାଟପୁର ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ସିସିଟିଭିରେ କଏଦ ହୋଇଛି ଲୁଟ୍ ବେଳର ଦୃଶ୍ୟ ।

{"id":238090,"sizeSlug":"large"}

ଶୁକ୍ରବାର ମଧ୍ୟ ରାତ୍ର ସମୟରେ ଏହି ଚୋରି ହୋଇଥିବା ବେଳେ ଗତ ୭ ଦିନ ତଳେ ପାଟପୁର ଜଗନ୍ନାଥପୁର ଛକ ନିକଟରେ ଥିବା ଏକ ଫାଷ୍ଟଫୁଡ୍ ଦୋକାନରେ ମୁଖାଧାରୀ ୪ ଦୁର୍ବୃତ୍ତ ଆସି ଖଣ୍ଡା ଓ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଟଙ୍କା ପଇସା ଲୁଟିନେଇ ଚମ୍ପଟ ମାରିଥିଲେ । ବର୍ତ୍ତମାନ ସୁଦ୍ଧା ପୋଲିସ କାହାକୁ ଧରିବାରେ ସକ୍ଷମ ହୋଇ ନଥିବା ବେଳେ ପୁଣି ଏକ ଘଟଣା ସ୍ଥାନୀୟ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.