Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

ମାରଣାସ୍ତ୍ର ଦେଖାଇ ଲୁଟ୍, ବାଇକ୍ ଓ ନଗଦ ଟଙ୍କା ଲୁଟିନେଲେ ମୁଖା ପିନ୍ଧା ୬ ଦୁର୍ବୃତ୍ତ

27/10/2020 at 3:49 PM

ମୋହନା ୨୭।୧୦: ଗଜପତି ଜିଲ୍ଲା ମୋହନା ଥାନା ପଥରଗଡ ନିକଟରେ ମାରଣାସ୍ତ୍ର ଦେଖାଇ ଲୁଟ୍ ହୋଇଛି । ସୋମବାର ବିଳମ୍ବିତ ରାତିରେ ମୁଖା ପିନ୍ଧା ୬ ଜଣ ଦୁର୍ବୃତ୍ତ ମାରଣାସ୍ତ୍ର ଦେଖାଇ ବାଇକ, ଟଙ୍କା ଏବଂ ଅନ୍ୟ କିଛି ଜିନିଷ ଲୁଟିନେଇଥିବା ଥାନାରେ ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ ଯେ, ଆର.ଉଦୟଗିରି ଥାନା ପୁରୁଣାଢିଆ ଗାଁର ତ୍ରିଲୋଚନ ଭୂୟାଁ ଓ ପଟାଚାଞ୍ଚଡା ଗାଁର ଜଳେଶ୍ବର ରଇତ ସୋମବାର ବିଳମ୍ବିତ ରାତି ପ୍ରାୟ ସାଢେ ୧୨ଟାରେ ବାଇକରେ ବ୍ରହ୍ମପୁରରୁ ଆର.ଉଦୟଗିରି ଫେରୁଥିଲେ । ପଥରଗଡ ନିକଟରେ ୬ ଜଣ ମୁଖା ପିନ୍ଧି ମାରଣାସ୍ତ୍ର ଦେଖାଇ ସେମାନଙ୍କୁ ଅଟକାଇ ଆକ୍ରମଣ କରିଥିଲେ । ଏଥିସହ ସେମାନଙ୍କଠାରୁ ବାଇକ୍, ୮ ହଜାରରୁ ଅଧିକ ଟଙ୍କା, ମୋବାଇଲ , ଏଟିଏମ କାର୍ଡ ସମେତ କାଗଜପତ୍ର ଲୁଟିନେଇଥିଲେ । ଏସମ୍ପର୍କରେ ମଙ୍ଗଳବାର ମୋହନା ଥାନାରେ ଅଭିଯୋଗ କରିଛନ୍ତି ତ୍ରିଲୋଚନ ।

ଏହାର କିଛି ସମୟ ପରେ ଦୁର୍ବୃତ୍ତମାନେ ତଲାସିଙ୍ଗ ଗାଁର ତୁଳସୀ ନାୟକଙ୍କ ଘରେ ପଶି ୨ ତୋଳା ସୁନା ସହ ୨୦ ହଜାର ଟଙ୍କା ଲୁଟିନେଇଥିବା ଥାନାରେ ଅଭିଯୋଗ ହୋଇଛି ।

   Related Posts