ସିରିଜ୍ ଲୁଟ୍ : ୩ଟି ଦୋକାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି, ସିସିଟିଭିରେ କଏଦ ହେଲା ଦୃଶ୍ୟ
27/01/2021 at 11:13 AM

ସୋର ୨୭।୧: ବାଲେଶ୍ବର ଜିଲ୍ଲା ସୋର ଉତ୍ତରେଶ୍ବରରେ ଥିବା ତିନୋଟି ଦୋକାନରୁ ପୁଣି ଚୋରି ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ବିଳମ୍ବିତ ରାତିରେ ଉତ୍ତରେଶ୍ଵରରେ ଥିବା ସାଇ ଗଣେଶ ମୋବାଇଲ ଷ୍ଟୋର, ମୁକ୍ତେଶ୍ଵର ଭେରାଇଟ୍ ଷ୍ଟୋର ଏବଂ ଶ୍ରୀ ଗଣେଶ କ୍ଲଥ୍ ଷ୍ଟୋରର ସିଲିଂ ଭାଙ୍ଗି ଭିତରେ ଲୁଟ୍ କରୁଛନ୍ତି । ଦୋକାନରୁ ଲକ୍ଷାଧିକ ଟଙ୍କାର ମୋବାଇଲ୍ ଏବଂ ମୋବାଇଲ୍ ସାମଗ୍ରୀ ସହିତ ନଗଦ ୪୭ ହଜାର ୫ଶହ ଟଙ୍କା ଦୁର୍ବୃତ୍ତମାନେ ଚୋରି କରିନେଇଥିବା ସୋର ଥାନାରେ ଅଭିଯୋଗ ହୋଇଛି ।

ତେବେ ଚୋରି ବେଳର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଥିବା ଜଣାପଡିଛି । ଖବର ପାଇ ସୋର ପୋଲିସ ଏଏସଆଇ ପ୍ରଦୀପ ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏହି ସ୍ଥାନରେ ବାରମ୍ବାର ଚୋରି ହେଉଥିବାରୁ ରାତ୍ରିକାଳୀନ ପାଟ୍ରୋଲିଂକୁ କଡାକଡି କରିବାକୁ ସାଧାରଣରେ ଦାବି ହେଉଛି ।