Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଲୁଟେରାଙ୍କ ଟାର୍ଗେଟ୍‌ରେ ମନ୍ଦିର, ଥାନା ନିକଟ ମନ୍ଦିର ତାଲା ଭାଙ୍ଗି ଚୋରି

10/11/2021 at 4:56 PM

ଭଦ୍ରକ ୧୦।୧୧: ଗତ କିଛି ଦିନ ଧରି ଭଦ୍ରକ ସହରରେ ମାତିଛନ୍ତି ମନ୍ଦିର ଲୁଟେରା । ଗୋଟିଏ ପରେ ଗୋଟିଏ ମନ୍ଦିରକୁ କରୁଛନ୍ତି ଟାର୍ଗେଟ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ସହରର ପୁରୁଣାବଜାର ଥାନାକୁ ଲାଗିଥିବା ବାବା କଦମ୍ବେଶ୍ବର ମନ୍ଦିରରେ । ଲୁଟେରାମାନେ ବାବା କଦମ୍ବେଶ୍ବର ମନ୍ଦିର ତାଲା ଭାଙ୍ଗି ଠାକୁରଙ୍କ ସମସ୍ତ ପୂଜା ସାମଗ୍ରୀ ସହ ପିତ୍ତଳ ବାସନ ସବୁ ଲୁଟି ନେଇଛନ୍ତି ।

ଏହି ଘଟଣା ଜାଣିବା ପରେ ପୁରୁଣାବଜାର ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଥାନାକୁ ଲାଗିଥିବା ମନ୍ଦିରରେ ଚୋରି ହେଉଥିବା ବେଳେ ପୋଲିସ କିଭଳି ଟେର ପାଇ ନଥିଲା ।

   Related Posts