ବଡବିଲ ୯।୧୨: କେନ୍ଦୁଝର ଜିଲ୍ଲା ବଡବିଲ ଟାଉନ୍ ଫାଣ୍ଡି -୧ ସାମ୍ମୁଖରେ ଥିବା ‘ହରିହର ମନ୍ଦିର’ରୁ ଦାନ ହୁଣ୍ଡି ତାଡି ଲୁଟ୍ ଅଭିଯୋଗ । ଗତ ବିଳମ୍ବିତ ରାତିରେ ଏହି ଲୁଟ୍ ହୋଇଥିବା ଅନୁମାନ କରାଯାଉଛି ।
{"id":195506,"sizeSlug":"large"}ସୂଚନା ଅନୁଯାୟୀ, ଦୁବୃର୍ତ୍ତ ପ୍ରଥମେ ମନ୍ଦିର ପରିସରରେ ପଶି ପୂଜକ ଶୋଇଥିବା ରୁମର କବାଟ ବାହାର ପଟୁ ବନ୍ଦ କରିଦେଇଥିଲେ। ଏହାପରେ ମନ୍ଦିରରେ ଥିବା ଦାନ ହୁଣ୍ଡିକୁ କିଛି ଦୂର ଉଠାଇନେଇଥିଲେ ଏବଂ ହୁଣ୍ଡିକୁ ତାଡି ସେଥିରେ ଥିବା ଦାନ ଟଙ୍କା ସବୁ ଲୁଟିନେଇ ଛୁ ମାରିଛନ୍ତି ଦୁବୃର୍ତ୍ତ ।
{"id":195507,"sizeSlug":"large"}ଆଜି ସକାଳେ ବାହାରେ ରହୁଥିବା ଅନ୍ୟ ଜଣେ ପୂଜକ ମନ୍ଦିରକୁ ଆସିବା ପରେ ଘଟଣା ଜଣପଡିଥିଲା । ଏନେଇ ମନ୍ଦିର ପରିଚାଳନା କମିଟି ପୋଲିସକୁ ସୂଚନା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ବଡବିଲ ଏସଡିପିଓ, ଆଇଆଇସି ଘଟଣାସ୍ଥଳରେ ପହଁଚି ଛାନଭିନ୍ ଆରମ୍ଭ କରିଛନ୍ତି ।
{"id":195508,"sizeSlug":"large"}ଗତ ଏକ ମାସରୁ ଅଧିକ ହେବ ଦାନ ହୁଣ୍ଡି ଖୋଲାଯାଇ ନଥିଲା । ପାଖାପାଖି ୩ ରୁ ୪ ହଜାର ଟଙ୍କା ଲୁଟ୍ ହୋଇଥିବା ଅନୁମାନ କରିଛି ମନ୍ଦିର ପରିଚାଳନା କମିଟି । ତେବେ ଫାଣ୍ଡି ସମ୍ମୁଖରେ ଥିବା ଏହି ମନ୍ଦିରରୁ ଲୁଟ୍ ହେବା ନେଇ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।