Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଲୁହାକବାଟର ତାଲା ଭାଙ୍ଗି ସୁରେଶ୍ବରୀଙ୍କ ମନ୍ଦିରରୁ ଲକ୍ଷାଧିକ ଟଙ୍କା ଓ ଅଳଙ୍କାର ଚୋରୀ

22/08/2019 at 1:15 PM

ସୋନପୁର ୨୨|୮: ସୋନପୁର ଗଡଜାତର ଇଷ୍ଟ ଦେବୀ ମା’ ସୁରେଶ୍ବରୀଙ୍କ ପୀଠରୁ  ଗତକାଲି ରାତିରେ ଚୋରୀ ହୋଇଛି  । ଦୁର୍ବୁତ୍ତମାନେ ଦେବୀଙ୍କ ମନ୍ଦିରର ପଛପଟ କବାଟରେ ପଡିଥିବା ତାଲା ଭାଂଗି ଲୁହା କବାଟ ଖୋଲି ଭିତରକୁ ପଶିଥିଲେ । ମନ୍ଦିରର ଗମ୍ଭିରା ଆଗରେ ଥିବା ଦାନ ହୁଣ୍ଡି ଭାଂଗି ଲକ୍ଷାଧିକ ଟଂକା ଚୋରୀ କରି ନେଇଛନ୍ତି  ।

ଦୈନିକ ହଜାର ହଜାର ଭକ୍ତ ଦେବୀ ମା’ଙ୍କ ଦର୍ଶନ କରିବା ସହିତ ଟଂକା, ସୁନା ଓ ରୂପା ଅଳଂକାର ଆଦି ଦାନ ହୁଣ୍ଡିରେ ଦେଇଥାନ୍ତି  । ଦ୍ବିତୀୟ ଥର ପାଇଁ ଦୁର୍ବୁତ୍ତମାନେ ଦାନ ହୁଣ୍ଡି ଭାଂଗି ଦାନ ମିଳିଥିବା ସମସ୍ତ ଅର୍ଥ ଓ ଗହଣା ଆଦି ଚୋରୀ କରି ନେଇଛନ୍ତି  । ପୂର୍ବରୁ ବି ଥରେ ଏଭଳି ଅଘଟଣା ଦେବୀ ମନ୍ଦିରରେ ହୋଇଥିବା ଦେବୋତ୍ତର ବିଭାଗ ସଦର ଥାନାରେ ରିପୋର୍ଟ କରିଥିଲେ  ।

ଆଜି ପାହାନ୍ତିଆରୁ ପୂଜକମାନେ ଦେବୀ ମା’ ମନ୍ଦିରକୁ ଆସିବା ପରେ ମନ୍ଦିରର ପଛପଟ କବାଟର ତାଲା ଭାଂଗି ଥିବା ଦେଖିବାକୁ ପାଇଥିଲେ । ତୁରନ୍ତ ପୂଜକମାନେ ମନ୍ଦିର କମିଟୀର ସଭ୍ୟ, ଦେବୋତ୍ତର ବିଭାଗ ଓ ବରିଷ୍ଠ ପୂଜକମାନଙ୍କୁ ଖବର ଦେଇଥିଲେ  । ସମସ୍ତେ ପହଂଚିବା ପରେ ପୁଣି ଦେବୀ ମାଙ୍କ ଦୈନନ୍ଦିନ ରୀତିନୀତି କରାଯାଇଥିଲା  । ସଦର ଥାନା ପୋଲିସ ଘଟଣାସ୍ଥଳକୁ ପହଂଚି ଏହି ଚୋରୀ ଘଟଣାର ଅନୁସଂଧାନ କରୁଛି ।

   Related Posts