ଫାଣ୍ଡି ସମ୍ମୁଖରୁ ସିରିଜ୍ ଚୋରି, ୫ଟି ଦୋକାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନେଇ ଧରାପଡିଲା ଚୋର

Published By : Prameya-News7 Bureau | November 16, 2020 IST

ସୁବର୍ଣ୍ଣପୁର ୧୬।୧୧: ସୁବର୍ଣ୍ଣପୁର ଜିଲ୍ଲା ହିକୁଡି ଫାଣ୍ଡି ସମ୍ମୁଖରୁ ସିରିଜ ଚୋରି । ଛକର ୫ଟି ଦୋକାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରୀ ଅଭିଯୋଗ ହୋଇଛି । ରବିବାର ବିଳମ୍ବିତ ରାତିରେ ହିକୁଡି ଫାଣ୍ଡି ସମ୍ମୁଖରୁ ୫ଟି ଦୋକାନର ଚୋରୀ ହୋଇଥିବା ନେଇ ଅଭିଯୋଗ ହୋଇଛି । ଚୋରକୁ କାବୁ କରି ପୋଲିସକୁ ହସ୍ତାନ୍ତର କରିଛନ୍ତି ସ୍ଥାନୀୟ ଲୋକେ । ଛକର ୫ଟି ଦୋକାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଛି ।

{"id":362509,"sizeSlug":"large"}

ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅଏଁଲାଚୁଆ ଗାଁରେ ସୁଶାନ୍ତ କର୍ମୀକୁ ଚୋରୀ ଜିନିଷ ନେଇ ଏକ ବସ୍ ଯୋଗେ ଯାଇଥିଲା । ସୋନପୁରସହର ବ୍ଲକ୍ ଛକ ସୁଶାନ୍ତ ସନ୍ଦେହରେ ଲୋକମାନେ କାବୁ କରିଥିଲେ । ତାଙ୍କଠାରୁ ଚୋରୀ ହୋଇଥିବା କିଛି ସାମଗ୍ରୀ ଜବତ ହୋଇଛି । ରବିବାର ସନ୍ଧ୍ୟା ସମୟରେ ସୁଶାନ୍ତ କର୍ମୀ ହିକୁଡି ଛକରେ ବୁଲାବୁଲି କରୁଥିବା ଲୋକେ ଦେଖିଥିଲେ । ପରେ ଛକରୁ ଚୋରୀ ଘଟଣା ଜଣାପଡିବା ପରେ ସୁଶାନ୍ତ କର୍ମୀ ହିଁ ଚୋରୀ କରିଥିବା ସନ୍ଦେହ କରିଥିଲେ । ହିକୁଡି ଫାଣ୍ଡି ନାକ ତଳେ ଚୋରୀ ହୋଇଥିବାରୁ ପୋଲିସର ପାଟ୍ରୋଲିଂ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.