Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ସ୍କୁଲରେ କଳାକନା ବୁଲାଇଲେ ଚୋର, କମ୍ପ୍ୟୁଟର ଲ୍ୟାବ୍‌ରୁ ଲୁଟିନେଲେ ମୂଲ୍ୟବାନ ଜିନିଷ

23/09/2020 at 1:36 PM

ଆନନ୍ଦପୁର ୨୩।୯: କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅଞ୍ଚଳରେ ମାତିଛନ୍ତ ଚୋର । ମଙ୍ଗଳବାର ରାତିରେ ଶାଳପଡା କ୍ଷେତ୍ରମୋହନ ବିଦ୍ୟାଳୟ କମ୍ପ୍ୟୁଟର ଲ୍ୟାବରୁ ଚୋରୀ ହୋଇଛି । ଦୁର୍ବୃତ୍ତମାନେ ସ୍କୁଲ ଫାଟକ ତାଲା ଭାଙ୍ଗିବା ପରେ କମ୍ପ୍ୟୁଟର ଲ୍ୟାବରୁ ଗ୍ରୀଲ୍ ଓ କବାଟରେ ପଡିଥିବା ତାଲା ଭାଙ୍ଗି ୧୨ଗୋଟି ମନିଟର, ୨ଟି ସିପିୟୁ, ୟୁପିଏସ୍ ସମେତ ଅନେକ ସାମଗ୍ରୀ ଚୋରୀ କରି ନେଇଛନ୍ତି ।

କୌଣସି ଚାରି ଚକିଆ ଜାନରେ ସବୁତକ ସାମଗ୍ରୀ ନେଇଯାଇଥିବା ସ୍କୁଲ ପରିସରରେ ପଡିଥିବା ଗାଡି ଚକ ଚିହ୍ନରୁ ଅନୁମାନ କରାଯାଉଛି । ଚୋରୀ ସମୟରେ ସ୍କୁଲ ପାଚେରୀ କଡରେ ଚୋରମାନେ ପକାଇଥିବା ଏକ ପ୍ରୋଜେକ୍ଟର ଓ ମନିଟର ଷ୍ଟାଣ୍ଡକୁ ଉଦ୍ଧାର କରାଯାଇଛି ।

ଦିନ ୧୧ଟା ସମୟରେ ସ୍କୁଲକୁ ଆସିଥିବା ଜଣେ ଶିକ୍ଷକ ଏ ସମ୍ପର୍କରେ ଜାଣିବା ପରେ ପ୍ରଧାନଶିକ୍ଷକଙ୍କୁ ଖବର ଦେଇଥିଲେ । ପ୍ରଧାନ ଶିକ୍ଷକ ପୋଲିସକୁ ଜଣାଇବାପରେ ପୋଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।

   Related Posts