ପୋଲିସ କର୍ମଚାରୀଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ, ଝରକା ଭାଙ୍ଗି ଲୁଟିନେଲେ ନଗଦ ଟଙ୍କା ଓ ସୁନା ଗହଣା

Published By : Prameya-News7 Bureau | August 19, 2020 IST

ଆଠଗଡ ୧୯।୮: କଟକ ଜିଲ୍ଲା ଆଠଗଡ ଥାନା ଅନ୍ତର୍ଗତ ବାଣୀକଣ୍ଠନଗର ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଚୋରୀ ଅଭିଯୋଗ ହୋଇଛି । ଗାଁର ପୋଲିସ କର୍ମଚାରୀ ପ୍ରଫୁଲ୍ଲ ଲେଙ୍କାଙ୍କ ଝରକା ଭାଙ୍ଗି ୧୫ ହଜାର ଟଙ୍କା ଓ ସୁନା ଗହଣା ଚୋରୀ କରିନେଇଛନ୍ତି ଦୁର୍ବୃତ୍ତ । ତେବେ ଖବର ପାଇବା ପରେ ଘଟଣାସ୍ଥଳରେ ଆଠଗଡ ପୋଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । 

ଗତ କିଛି ଦିନ ହେବ ଆଠଗଡ ଅଞ୍ଚଳରେ ବାରମ୍ବାର ଚୋରୀ ହେଉଥିବା ବେଳେ ଚୋରଙ୍କ ଟେର ପାଉନି ଆଠଗଡ ପୋଲିସ । ଶ୍ରୀ ଲେଙ୍କା ଜଣେ ପୋଲିସ କର୍ମଚାରୀ ହୋଇଥିଲେ ମଧ୍ୟ ଚୋରଙ୍କ କବଳରୁ ବର୍ତ୍ତି ନାହାନ୍ତି । ଯାହାକି ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.