ସୋରରେ ସିରିଜ୍ ଲୁଟ୍ : ପ୍ଲାଏ ଦୋକାନ ସହ ଜୁଏଲାରୀରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍

Published By : Prameya-News7 Bureau | October 15, 2019 IST

ସୋର ୧।୧୦: ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍ ହୋଇଛି । ସୋର ସଙ୍ଗୀତା ଜୁଏଲାରୀ ଓ ତାରିଣୀ ପ୍ଲାଏ ଦେକାନରୁ ୮ଲକ୍ଷ ଟଙ୍କାର ସୁନା ରୂପା ଗହଣା ଲୁଟ୍ ଅଭିଯୋଗ ହୋଇଛି । କେଶପୁର ଗାଁର ଶଶି ମହନ୍ତିଙ୍କ କନ୍ୟାଶ୍ରମରେ ଥିବା ସଙ୍ଗୀତା ଜୁଏଲାରୀରୁ ଚୋରୀ ହୋଇଛି ।

ଗତକାଲି ରାତିରେ ତାଙ୍କ ଜୁଏଲାରୀ ଦେକାନରୁ ଚୋରମାନେ ୧୦୦ ଗ୍ରାମ ସୁନା ଓ ୬୦୦ ଗ୍ରାମ ରୂପା ଚୋରୀ କରିଛନ୍ତି ।

ସେହିପରି ନିକଟରେ ଥିବା ତାରିଣୀ ପ୍ଲାଏ ଏଣ୍ଡ ଗ୍ଲାସ୍ ଦୋକାନରୁ ଚୋରମାନେ ଚୋରୀ କରି ନେଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.