ରାଜଧାନୀରେ ଲୁଟେରାଙ୍କ ଆତଙ୍କରାଜ : ବୃଦ୍ଧ ଦମ୍ପତ୍ତିଙ୍କୁ ବାନ୍ଧି ଲୁଟିନେଲେ ସୁନାଗହଣା
22/10/2019 at 8:44 AM

ଭୁବନେଶ୍ବର ୨୨।୧୦: ରାଜଧାନୀରେ ଲୁଟେରାଙ୍କ ଆତଙ୍କରାଜ । ହାତ ଗୋଡ ବାନ୍ଧି ବୃଦ୍ଧ ଦଂପତ୍ତିଙ୍କୁ ଲୁଟ୍ କଲେ ଦୁର୍ବୃତ୍ତ । ଭୁବନେଶ୍ବର ସାମନ୍ତରାୟପୁର ଦିବ୍ୟ ବିହାର ଲେନ୍ ନମ୍ବର ୭ରେ ବୃଦ୍ଧ ଦମ୍ପତ୍ତିଙ୍କ ଘରୁ ଡକାୟତି ହୋଇଛି । ଘରେ ଥିବା ସମସ୍ତ ସୁନା ଗହଣାକୁ ଡକାୟତମାନେ ଲୁଟି ନେଇଛନ୍ତି । ଘଟଣାସ୍ଥଳରେ ପହଞ୍ଚି ଲିଙ୍ଗରାଜ ଥାନା ପୋଲିସ ଛାନଭିନ ଚଳାଇଛି ।

ସୂଚନାଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ ଘରେ ବୃଦ୍ଧ ଦମ୍ପତ୍ତି ଏକୁଟିଆ ଥିବାର ସୁଯୋଗ ନେଇ ଡକାୟତମାନେ ଲୁଟିନେଇଛନ୍ତି । ବିଳମ୍ବିତ ରାତିରେ ଘରର କବାଟ ବାଡେଇଥିଲେ ଲୁଟେରା । ବୃଦ୍ଧ ଜଣଙ୍କ କବାଟ ଖୋଲିବାରୁ ସେମାନେ ତାଙ୍କୁ କାବୁ କରିନେଇଥିଲେ । ଘର ଭିତରକୁ ନେଇ ବାନ୍ଧି ପକାଇଥିଲେ । ପରେ ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ସେମାନେ ବାନ୍ଧି ପକାଇଥିଲେ ।

ଘରର ଲକରରେ ଥିବା ସମସ୍ତ ସୁନାଗହଣ ସହ ନଗଦ ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ଖବର ପାଇ ଘଟଣାସ୍ଥଳରେ ଲିଙ୍ଗରାଜ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।